Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସି ଏଚ ସି ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

କଳାହାଣ୍ଡି:୨୯/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ସି ଏଚ ସି ର ଭାରପ୍ରାପ୍ତ ଡାକ୍ତର ତତ୍ଵଦର୍ଶୀ ଦାସ ଙ୍କ ତତ୍ୱାବଧାନ ରେ ଶିଶୁ ରୋଗ ବିଶେଷଜ୍ଞ ଡ଼. ବିଶ୍ୱଜିତ ପାଣିଗ୍ରାହୀ ଉପସ୍ଥିତ ରହି ୧୦୭ ଜଣ ଶିଶୁ ଙ୍କୁ ପରୀକ୍ଷା କରିବା ସହ ପରାମର୍ଶ ଦେଇ ଔଷଧ ଦିଆଯାଇଛି। ଏହି ଶିବିର ପ୍ରତିମାସ ଶେଷ ଗରୁବାର ଦିନ ଜାରି ରହିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।ଏହି ଶିବିରରେ ପିଏଚ ଇଓ ଶର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ସି ଏଚ ଓ ଗୀତାଞ୍ଜଳି ସେଠି, ସୁଚିସ୍ମିତା ନାୟକ, ସ୍ୱାସ୍ଥ୍ୟ କର୍ମି ରମେଶ ସାହୁ, ସରୋଜ ନାଏକ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ଆସିଥିବା ଶିଶୁ ରୋଗୀ ଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ