Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ସ୍ତରୀୟ ସାଧାରଣ ଞାନ ପ୍ରତିଯୋଗୀତା

ଗୋପାଳପୁର,୨୯/୦୮
ରାଷ୍ଟ୍ରିୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ସ୍ତରୀୟ ସାଧାରଣ ଞାନ ପ୍ରତିଯୋଗୀତା କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତା ରେ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ୬୭ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ବି ଇ ଓ ଦେବେନ୍ଦ୍ର ବେହରା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଧ୍ୟାପକ ଡ଼ ବିବେକାନନ୍ଦ କର, ସମ୍ମାନିତ ଅତିଥି ଭାବେ କନିଷି ପଞ୍ଚାୟତ ସମିତି ସଭ୍ୟ ଗଣେଶ ଦାସ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ଜଗନ୍ନାଥ ଭୂୟାଁ ପ୍ରମୁଖ ମଞ୍ଚାସିନ ରହି ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ସର୍ବ କନିଷ୍ଠ ବିଭାଗରେ ସାଇ ଲୋକନାଥ ପାଢ଼ୀ ପ୍ରଥମ, ଅମରେନ୍ଦ୍ର ସାହୁ ଦ୍ବିତୀୟ, ଆୟୁଷ୍ମାନ ସାହୁ ତୃତୀୟ ଙ୍କ ସମେତ କନିଷ୍ଠ ବିଭାଗରେ ରଞ୍ଜନ ମହାପାତ୍ର,ବି ଅଭିଷେକ କୁମାର, ପ୍ରିନ୍ସ ସାସମଲ ଓ ବରିଷ୍ଠ ବିଭାଗରେ ଶିବ ପ୍ରସାଦ ମହାପାତ୍ର,ପୂଜା ସାବତ ଓ କିନ୍ଞଲ ପଣ୍ଡା ପ୍ରମୁଖ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କୃତି ବିଦ୍ୟାର୍ଥୀ ମାନେ ଜିଲ୍ଲା ସ୍ତରରେ ଆୟୋଜିତ ହେବାକୁଥିବା ସାଧାରଣ ଞାନ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି