Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାମହିମ ରାଜ୍ଯପାଲଙ୍କୁ ହିନ୍ଦୁ ଜାଗରଣ ସମିତି ପକ୍ଷରୁ ଦାବୀ

ବରପାଲି:ବରପାଲି ବ୍ଳକ ସମଗ୍ର ହିନ୍ଦୁ ଜାଗରଣ ସମିତି ପକ୍ଷରୁ ମହାମହିମ ରାଜ୍ଯପାଲଙ୍କୁ ସ୍ଥାନିୟ ତହସିଲଦାରଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି। ସୋମବାର ପୁର୍ବାହ୍ନରେ ସମିତି ସଦସ୍ଯ ମାନେ ସମ୍ବଲପୁର ସହରରେ ହନୁମାନ ଭକ୍ତଙ୍କ ଉପରେ ହୋଇଥିବା ବର୍ବରତା ପୂର୍ଣ୍ଣ ଆକ୍ରମଣକୁ ନିନ୍ଦା କରିବା ସହ କାର୍ଯ୍ଯନୁଷ୍ଠାନ ପାଇଁ ଦାବୀ ଉଠାଇଛନ୍ତି। ଗତ ୧୨ ତାରିଖ ହନୁମାନ ଜୟନ୍ତି ଅବସରରେ ବାହାରିଥିବା ବାଇକ ଶୋଭାଯାତ୍ରା ପୋଲିସ ପ୍ରସାସନର ଉପସ୍ଥିତିରେ ଅମାନୁଶିକ ଆକ୍ରମଣ ଏବଂ ଗତ ୧୪ ତାରିଖ ଘଟିଥିବା ହତ୍ଯାକାଣ୍ତର ସଠିକ ପର୍ଦାଫାସ ହେବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ନ୍ଯାୟୋଚିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ ଉଠାଇଛନ୍ତି। ଏହି ଅବସରରେ ହିନ୍ଦୁ ସଙ୍ଗଠନ,ସଂସ୍ଥା ତଥା ନିର୍ଦୋଶି ବ୍ଯକ୍ତି ମାନଙ୍କ ଉପରେ ଅଜଥାରେ ହଇରାଣ ହରକତ ସହ ଆଇନ ଫାସରେ ଫସେଇ ଦିଆଯାଉଛି। ଏଣୁ ଆମେ ମହାମହିମଙ୍କ ଦ୍ରୁଷ୍ଟି ନିକ୍ଷେପ ପାଇଁ ଗୁହାରି ଜଣାଇବା ସହ ଘଟଣା ଅଉପରେ ହସ୍ତକ୍ଷେପ ନିର୍ଦେଶ ଅନିବାର୍ଯ୍ଯ ବୋଲି ବିନମ୍ର ଅନୁରୋଧ ଜଣାଇଛନ୍ତି। ସମିତି ସଦସ୍ଯ ମାନଙ୍କ ମଧ୍ଯରେ ବିଶ୍ବ ହିନ୍ଦୁ ପରିଷଦ,ଆରଏସଏସ,ବଜରଙ୍ଗ ଦଳ ମାନଙ୍କର ସଦସ୍ଯ ଓ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ