Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ବେଲଗୁଣ୍ଠା, 31/08, ବେଲଗୁଣ୍ଠା ସ୍ଥିତ ସ୍ନାତକ ମହାବିଦ୍ୟାଳୟର ରାଜନୀତୀ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ,ରାଜନୀତୀ ବିଜ୍ଞାନ ବିଭାଗ ଅଧ୍ୟାପକ ଡ.ପ୍ରଫୁଲ୍ଲ କୁମାର ଜେନା,ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ,ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ,ସପନ କୁମାର ପ୍ରଧାନ, ରଞ୍ଜିତ୍ କୁମାର ସାମଲ୍,ବିଶ୍ୱ ରଞ୍ଜନ ସ୍ୱାଇଁ, ଅଧ୍ୟାପିକା ପିଙ୍କି ପାତ୍ର,ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ଡ.ପ୍ରଫୁଲ୍ଲ କୁମାର ଜେନା ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ I ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପ ଚନ୍ଦନ ଦେଇ ସ୍ୱାଗତ କରିଥିଲେ I ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ବହୁ ଉପଦେଶ ପ୍ରଦାନ କରିଥିବାବେଳେ ତୃତୀୟ ବର୍ଷର ଛାତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ