Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ପ୍ରେସକ୍ଲବ ର ମିଳିତ ବୃକ୍ଷରୋପଣ

ବେଲଗୁଣ୍ଠା,31/08, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ପ୍ରେସକ୍ଲବର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ଆବାହନ କ୍ରମେ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତି,ଝାଡ଼ବନ୍ଧ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ,ଗୋବରା ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ସହସମ୍ପାଦକ ସରୋଜ କୁମାର ଶତପଥି,ପ୍ରେସକ୍ଲବ ସଦସ୍ୟ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ, ନାରାୟଣ ପଣ୍ଡା, ସଦାଶିବ ପାଣିଗ୍ରାହୀ, ସୁରେଶ ସୁବୁଦ୍ଧି,ସଚିନ୍ ପୁରୋହିତ,ମାଧବ ଚନ୍ଦ୍ର ଆପଟ ପ୍ରମୁଖ ଉପସ୍ଥିତ ରହି 200 ରୁ ଊର୍ଦ୍ଧ୍ଵ ଚାରା ରୋପଣ କରିଥିଲେ I ବେଲଗୁଣ୍ଠା ବ୍ଳକ୍ ମଙ୍ଗଳ ପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର,କୁମାରଶୁଣି ପର୍ବତ ପାଦ ଦେଶ ସମେତ ପୋଖରୀ ହିଡ ଭଳି ବିଭିନ୍ନ ସ୍ଥାନରେ କୃଷ୍ଣଚୁଡ଼ା,ଶାଗୁଆନ୍, ବଉଳ, ଗଙ୍ଗଶିଉଳି, ଲେମ୍ବୁ, ଆମ୍ବ, ବେଲ ଭଳି ଔଷଧିୟ ଏବଂ ଫଳ ଚାରା ରୋପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ସାହିତ୍ୟ ଘର ସଦସ୍ୟ ଶିବରାମ ପାତ୍ର,ପଞ୍ଚାନନ ପ୍ରଧାନ,ବିଚିତ୍ର ପ୍ରଧାନ, ସୁଧୀର ବେହେରା, ଈଶ୍ଵର ପୋଲାଇ,ବେଲଗୁଣ୍ଠା ଡ଼୍ରାଇଭର ମହାସଂଘ ସଭାପତି ମଧୁସୂଦନ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I ବେଲଗୁଣ୍ଠା ବନପାଳ ଶରତ ମହାନ୍ତି ବାଣତୁମ୍ବ ବନରକ୍ଷୀ ପ୍ରିୟଙ୍କା ପାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ଚାରା ଯୋଗାଇଦେଇଥିଲେ I ସମ୍ବାଦ ସାହିତ୍ୟ ଘର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଥିଲା I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ଶ୍ରୀ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ