ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ମାତୃ ସମ୍ମିଳନୀ


ବେଲଗୁଣ୍ଠା, 02/09, ବେଲଗୁଣ୍ଠା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ତଥା ରୋଟାରୀ କ୍ଳବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସମ୍ପାଦକ ବୁଲୁ ଦାସ ଏବଂ ଅଧ୍ୟକ୍ଷା ବାସନ୍ତୀ ଦାସ ଅତିଥି ରୂପେ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ଏବଂ ଚରିତ୍ର ଗଠନ ଦିଗରେ ଉଭୟ ମାଆ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ବହୁତ ମାଆ ଯୋଗ ଦେଇଥିଲେ I ଏପରିକି ଜଣେ ମାଆ ନିଜର ମାତ୍ର 28 ଦିନର ଛୁଆକୁ ଧରି ମାତୃ ସମ୍ମିଳନୀକୁ ଆସିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭାଇ ସତ୍ୟ ନାରାୟଣ ସୁଆର,ସିଲୁ ଭାଇ, ସ୍ମୃତି ଅପା, ରଶ୍ମିତା ଅପା, କାଜଲ୍ ଅପା, ଜ୍ୟୋତି ଅପା, ବର୍ଷା ଅପା, ବନିତା ଅପା, ତୁଳସୀ ଅପା ଏବଂ ମାଉସୀ ନଳିନୀ ସାହୁ ସହଯୋଗ କରିଥିଲେ I