Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ସମଲେଇ,ହନୁମାନ ଓ ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରପାଲି: ବରପାଲି ବ୍ଳକ ତିଲେଈମାଲ ପଚାଂୟତ ବାନ୍ଦୁମୁଣ୍ଡା ଗ୍ରାମରେ ନବନିର୍ମିତ ମାଁସମଲେଶ୍ବରୀ,ହନୁମାନ ଏବଂ ଶିବମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରବେସ କାର୍ଯ୍ୟକ୍ରମ ନିତିକାନ୍ତି ପାଳନ ମଧ୍ୟରେ ଆଗେଇ ଚାଲିଛି। ମଙ୍ଗଳବାର ପୁର୍ବାହ୍ନ ସମୟରେ ମୁଖ୍ୟ ପଣ୍ଡିତ ଗୁଣନିଧି ମିଶ୍ରଙ୍କ ସମେତ ଆଚାର୍ଯ୍ୟ କ୍ରୁପାସିନ୍ଧୁ ଦାଶ,ବିଷ୍ଣୁ ଦାଶଙ୍କ ଦ୍ବାରା ପ୍ରଥା ଅନୁଶାରେ ପୂଜା କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ରୂଦ୍ରାଭିଷେକ ଅନୁଷ୍ଠାନ ପୂଜାକର୍ତ୍ତା ମାନଙ୍କ ସହାୟତାରେ ସମ୍ପର୍ଣ୍ଣ କରିଥିଲେ। ପରେ ହୋମଯଜ୍ଞ ଆହୁତୀ ପର୍ବ ଜାରି ରଖିବା ସହ ପୂଜା ନିତୀକାନ୍ତି ମାନ ପାଳିତ ହୋଇଥିଲା। ଗତ ସୋମବାର ପୁର୍ବାହ୍ନ ସମୟରେ ମନ୍ଦିର ସମ୍ମୁଖରେ ଆୟୋଜିତ ପୂଜା ମଣ୍ଡପରେ ପଣ୍ଡିତ ଓ ଆଚାର୍ଯ୍ୟ ମାନଙ୍କ ଦ୍ବାରା ରିତିନୀତି ଅନୁଯାୟୀ ବିଗ୍ରହ ଓ ପାର୍ଶ୍ବ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ହୋମପର୍ବ କାର୍ଯ୍ୟକାରୀ ହୋଇଥିଲା। ପ୍ରତିଷ୍ଠା କାର୍ଯ୍ୟକ୍ରମ ସଂଚାଳନ ହେଉଥିବା ବେଳେ ଅଙ୍କୁରାରୋପଣ ସହ ଅଭିଷେକ,ପ୍ରତିଷ୍ଠା ତଥା ପାଳନୀୟ ପ୍ରଥା ମାନ ପରିଚାଳନା କମିଟି ତତ୍ବାଧାନରେ ଆଗେଇ ଚାଲିଛି। ଗତ ଶନିବାର ଅପରାହ୍ନରେ ପ୍ରତିଷ୍ଠାତ୍ସବର ପ୍ରାରମ୍ଭ କଳସ ଶୋଭାଯାତ୍ରାରୁ ଆରମ୍ଭ ହୋଇଥିଲା। ଶିବମନ୍ଦିର ପ୍ରତିଷ୍ଠାର ପୂଜାକର୍ତ୍ତା ଭାବରେ ଗଣେଷ ମେହେର ଧର୍ମପତ୍ନୀ ଯଶୋବନ୍ତି ମେହେର,କାର୍ତ୍ତିକ ମେହେର ପତ୍ନୀ ବାରୁଣି ମେହେର ତଥା କ୍ଷିରୋଦ ମେହେର ପତ୍ନୀ ଝୁଲଣା ମେହେର କାର୍ଯ୍ୟଭାର ନିର୍ବାହ କରୁଛନ୍ତି।ପ୍ରମୁଖଙ୍କ ସମେତ ବହୁ ମହିଳା ଓ ଯୁବତୀ ଭକ୍ତ ମାନେ ପରିକ୍ରମା ମାଧ୍ୟମରେ ପୂର୍ଣ୍ଣକୁମ୍ଭ ମାନ ମନ୍ଦିର ସମ୍ମୁଖ ପୂଜାମଣ୍ଡପ ନିକଟରେ ପହଚିଂଥିଲେ। ଉତ୍ସବଟି ପଚଂ ଦିବସୀୟ ଭାବରେ ଆଗେଇ ଚାଲିଥିବା ବେଳେ ଆସନ୍ତା ବୁଧବାର ହୋମଯଜ୍ଞ ଅନୁଷ୍ଠାନର ପୂର୍ଣ୍ଣାହୂତୀ ସହ ବିଗ୍ରହ ମନ୍ଦିର ପ୍ରବେଶ ପର୍ବ ସମ୍ପାଦନ କରାଯିବ। ମହୋତ୍ସବକୁ ଲୋକାଭିମୁଖି କରିବା ଉଦେଶ୍ୟରେ ପରିଚାଳନା କମିଟି ପକ୍ଷରୁ ପ୍ରତିଦିନ ଭଜନସଂନ୍ଧ୍ୟା ନାଟକ, ରାମାୟଣ ପରାୟଣ ଓ ସଂକୀର୍ତ୍ତନ ସହ ମିନାବଜାର ବ୍ୟବସ୍ଥା ମାନ କରାଯାଇଛି।