ବେଲଗୁଣ୍ଠା ବ୍ଲକ ରେ ନରେଗା ଯୋଜନାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର


ବେଲଗୁଣ୍ଠା, ୦୪/୦୯, ବେଲଗୁଣ୍ଠା ପଞ୍ଚାୟତ ସମିତିରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ୍ ସ୍ଥରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପଟେଲ ଓ ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ମଲାଣ ଯୋଗଦେଇ ଏହାର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ l ବିଭାଗୀୟ ଅଧିକାରୀ ସଞ୍ଜୟ କୁମାର ପରିଛା ପ୍ରାରମ୍ଭିକ ସୂଚନା ଦେଇଥିଲେ l ଗୋଷ୍ଠି ଉନୟନ ଅଧିକାରୀ ଭାରତୀ ଦେବୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି ଶୁଣାଣିରେ ଅତିରିକ୍ତ କର୍ଯ୍ୟକର୍ମ ଅଧିକାରୀ ମିହିର୍ କୁମାର ବିଶ୍ବାଳ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ବୈଠକ ରେ ସମସ୍ତ ନୀର୍ବାଚିତ ସରପଞ୍ଚ, ସମିତି ସଭ୍ୟ ସମସ୍ତ ବିଭାଗ ର କର୍ମଚାରୀ ଓ ପଞ୍ଚାୟତ ସମିତି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବେଲଗୁଣ୍ଠା ସମତି ର ୧୦୧୮ ଟି ପ୍ରକଳ୍ପ କାର୍ଯ୍ୟକାରି କରାଯାଇ ୭୬୯ ଟି ପ୍ରକଳ୍ପ ସମ୍ପୂର୍ଣ ହୋଇଥିଲା । ୧୦୦୫ ଟି ପରିବାର କୁ ୧୦୦ ଦିନ ର କାମ ଯୋଗାଇ ଦୀଆଯାଇଥିଲା । ପ୍ରଗତି ସହାୟକ ରଶ୍ମିତା ବରାଳ ସମସ୍ତ ବିବରଣୀ ଗୁଡ଼ିକ ଲିପିବଦ୍ଧ କରିଥିଲେ ଓ ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।