Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ଅଂଚଳରେ ମହାସମାରୋହରେ ଗଣେଶ ପୂଜା ପାଳିତ

ବେଲଗୁଣ୍ଠା -୭/୯-ବେଲଗୁଣ୍ଠା ଓ ଆଖପାଖ ଅଞ୍ଚଳରେ ଗଣନାଥ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ସାହି,ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଗୁଡିକରେ ଆକର୍ଷଣୀୟ ସାଜସଜ୍ଜା ସହିତ ବିଘ୍ନରାଜଙ୍କ ମୃଣ୍ମୟୀ ମୁର୍ତ୍ତି ଅତ୍ୟନ୍ତ ମନମୁଗ୍ଧକର ହୋଇଛି । ବେଲଗୁଣ୍ଠା ଅଞ୍ଚଳରେ ବିଭିନ୍ନ ସଙ୍ଗଠନ ତରଫରୁ ୩୦ରୁ ଉର୍ଦ୍ଧ୍ବ ମେଢ଼ ହୋଇଥିବା ବେଳେ ମୁର୍ତ୍ତି ଓ ସାଜସଜ୍ଜା ଦେଖିବାକୁ ସଂଧ୍ୟାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଆସନ୍ତା ୧୩ ତାରିଖରେ ସମୁହ ଭସାଣି ନେଇ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବେଲଗୁଣ୍ଠା ପୋଲିସ ତରଫରୁ ତୀକ୍ଷ୍ଣ ନଜର ରଖାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ