Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଉପକଣ୍ଠ ସ୍ଥିତ କେରାଣ୍ଡି ପଞ୍ଚାୟତ ଡାଳିମ୍ବପୁର ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳିତ

ପାରଳାଖେମୁଣ୍ଡି:୮/୦୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ କେରାଣ୍ଡି ପଞ୍ଚାୟତ ର ଡାଳିମ୍ବ ପୁର ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବିଶ୍ଵ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଥମେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଆକାଂକ୍ଷା ମହିଳା ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ ଅଧ୍ୟକ୍ଷତା କରି ଏହି ଆନ୍ତର୍ଜାତିକ ସାକ୍ଷରତା ଦିବସ ର ବିଷୟ ବସ୍ତୁ କୁ ନେଇ ବହୁ ଭାଷୀ ଶିକ୍ଷା କୁ ଉତ୍ସାହିତ କରିବା ଓ ପାରସ୍ପରିକ ବୁଝାମଣା ଏବଂ ଶାନ୍ତି ପାଇଁ ସାକ୍ଷରତା ହାର ଓ ଯୋଗା ଯୋଗ ବୃଦ୍ଧି କରିବା ଉପରେ ବୁଝାଇ କହିଥିଲେ। ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଯୋଗ ଦେଇ ସାକ୍ଷରତା ଦିବସ ର ଗୁରୁତ୍ଵ ଓ ଶିକ୍ଷାର ଆବଶ୍ୟକତା ବିଷୟରେ ବୁଝାଇବା ସହ ନାରୀ ନିର୍ଯାତନା ଉପରେ ଆଲୋକପାତ କରିଥିଲେ। ଉପଦେଷ୍ଟା ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ କହିଥିଲେ ଯେ ନାରୀ ଶିଖିତ ହେଲେ ଦେଶର ପ୍ରଗତି ହେବ। ଦେଶର ଉନ୍ନତି ପାଇଁ ସାକ୍ଷରତା ଅଭିଯାନ କୁ ଅଧିକରୁ ଅଧିକ ପ୍ରଚାର ର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ।ଉପ ସଭାନେତ୍ରୀ ଶ୍ରୀମତି ଅନୀତା ମିଶ୍ର କହିଥିଲେ ଯେ ସାକ୍ଷରତା ଅର୍ଥ ଶିକ୍ଷିତ ହେବା। ଶିକ୍ଷା ହିଁ ମନୁଷ୍ୟ କୁ ଶୃଙ୍ଖଳିତ କରିଥାଏ। ସାକ୍ଷରତା ମନୁଷ୍ୟ ର ଜନ୍ମ ଗତ ଅଧିକାର। ଉକ୍ତ ସଭାରେ ସମସ୍ତ ଙ୍କୁ ବର୍ଣ୍ଣବୋଧ ବହି, ଖାତା, ସିଲେଟ,ଚକ, ପେନ୍ ପେନ୍ ସିଲ ବିଚରଣ କରାଯାଇଥିଲା। କିଛି ସମୟ ସେମାନଙ୍କୁ ଓଡ଼ିଆ ରେ ଶିକ୍ଷା ପ୍ରଦାନ କରାଯାଇଥିଲା। ସାକ୍ଷରତା ଉପରେ ସ୍ଲୋ ଗାନ ଦିଆଯିବା ସହିତ ସମସ୍ତେ ଦସ୍ତଖତ ଶିଖିବା ପାଇଁ ଶପଥଗ୍ରହଣ କଲେ। ସେହି ଗ୍ରାମର ଅଙ୍ଗନବାଡ଼ି ଦିଦି କେ ଈଶ୍ଵରୀ ଙ୍କୁ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା।ସମସ୍ତେ ପଢ଼ିବା ଓ ସମସ୍ତେ ଲେଖିବା ଏହା ଏକ ଆକାଂକ୍ଷା ମହିଳା ସଙ୍ଗଠନ ର ଛୋଟିଆ ଛୋଟିଆ ପ୍ରୟାସ। ସର୍ବ ଶେଷ ରେ ଏମ୍ ରୋଜା ଧନ୍ୟ ବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories