Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନବିକତା ଦେଖାଇଲେ ପରିବହନ ମନ୍ତ୍ରୀ, ଦୁର୍ଘଟଣା ରେ ଆହାତ ମହିଳାଙ୍କୁ ପଠାଇଲେ ଡାକ୍ତରଖାନା।

ଗୋପାଳପୁର,୦୮/୦୯
ଅଟୋ ଦୁର୍ଘଟଣା ରେ ଜଣେ ମହିଳା ଆହାତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ମହିଳା ଙ୍କୁ ଡାକ୍ତରଖାନା ପଠାଇ ମାନବିକତାର ପରିଚୟ ଦେଇଛନ୍ତି।ଆଜି ଦିନ ୧୧ ଟା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ କନିଷି ହାଟ ଛକ ଠାରେ ରାସ୍ତା ପାର ହେଉଥିବା ତଥା କନିଷି ହାଟରେ ନଡ଼ିଆ କଦଳୀ ବିକ୍ରରି କରୁଥିବା ଚିକିଟି ଲକ୍ଷ୍ମୀ ଆମ୍ମା କୁ ଏକ ଦୃତଗାମୀ ଅଟୋ ଧକ୍କା ଦେଈ ଘଟଣା ସ୍ଥଳରୁ ଫେରାଇ ହୋଇଯାଇଥିଲା।ଯା‌ହା ଫଳରେ ଲକ୍ଷ୍ମୀ ଙ୍କ ଅଣ୍ଟା ଓ ମୁଣ୍ଡରେ ଆଘାତ ଲାଗିଥିଲା। ସେଠାରେ ଥିବା ଲୋକମାନେ ଆହାତ ଲକ୍ଷ୍ମୀ କୁ ରାସ୍ତା ଉପରୁ ଉଠାଇ ରାସ୍ତା କଡ଼ରେ ରଖି ଦେଇଥିଲେ।ଏହି ସମୟରେ ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ରଙ୍ଗେଇ ଲୁଣ୍ଡା ଠାରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ରେ ଯୋଗଦାନ ନିମନ୍ତେ ସେହି ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା କଡ଼ରେ ଗହଳି ଦେଖି ଅଟକି ଥିଲେ।ଏହି ସମୟ ରେ ମହିଳା ଜଣକର ମୁଣ୍ଡ ରୁ ରକ୍ତସ୍ରାବ ହେଉଥିବା ସହ ଅଣ୍ଟା ଭାଙ୍ଗି ଯାଇଥିବା ଜାଣି ତୁରନ୍ତ ଏକ ଅଟୋ ଯୋଗେ ବିଜେପିର କେତକ କର୍ମୀ ଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଚିକିତ୍ସା ନିମନ୍ତେ ପଠାଇ ଥିଲେ।ଏହା ସହ ମେଡିକାଲ ସୁପରିଟେଣ୍ଡଟ ଙ୍କ ଆହାତ ଲକ୍ଷ୍ମୀ ଙ୍କ ଚିକିତ୍ସା କରିବାକୁ ଫୋନ ଯୋଗେ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ