Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ହିଟ୍ ଆଣ୍ଡ ରନ୍ ମାମଲା, ୩ ଯୁବତୀଙ୍କୁ ଦଳି ଦେଲା କାର୍

ବଲାଙ୍ଗୀର: ବେଲପଡା ଥାନା ଅଞ୍ଚଳରେ ହିଟ୍ ଆଣ୍ଡ ରନ୍ ମାମଲା । ତିନି ଜଣ ଯୁବତୀଙ୍କ ଉପରେ ମାଡ଼ିଗଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ନୁନହାଡ ଗାଁ ବସଷ୍ଟାଣ୍ଡ ନିକଟରେ ତିନି ଯୁବତୀ ଠିଆ ହୋଇଥିବାବେଳେ ସେମାନଙ୍କ ଉପରେ କାର୍ ଚଢି ଯାଇଥିଲା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ଭୋଲେଶ୍ବରୀ ମାଝୀ । ପ୍ରତୀମା ଧରୁଆ ଏବଂ ଜେମନ୍ତୀ ମାଝୀ ଏବେ ବି ଚିକିତ୍ସିତ ହେଉଛନ୍ତି ।

ଅଭିଯୁକ୍ତ ଯୁବକ ସୁଶିଲ କୁମାର ସାହୁ ନିଶାଗ୍ରସ୍ତ ଅବସ୍ଥାରେ କାର୍ ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ପୋଲିସ ସମସ୍ତଙ୍କୁ ବୁଝାସୁଝା କରିଛି । ମଦ୍ଯପ କାର ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ