ରାସ୍ତା ଓ ଡ୍ରେନ କ୍ବାଲିଟି ଟେଷ୍ଟ ଦାବି


ଅତାବିରା -ବରଗଡ଼ ଜିଲା ଅତାବିରା ଏନଏସି ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ମଙ୍ଗଳବାର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଗତ ଦିନରେ ହୋଇଥିବା ରାସ୍ତା ଓ ଡ୍ରେନ କ୍ବାଲିଟି ଟେଷ୍ଟ ପାଇଁ କଂଗ୍ରେସ କାଉନସିଲର ଦୀପକ ରାୟ ଲିଖିତ ଭାବେ ଦାବି କରିଛନ୍ତି l ସେ ଏନଏସି ଇଓଙ୍କୁ ପ୍ରଦାନ କରିଥିବା ସ୍ମାରକ ପତ୍ରରେ ଜଣାଇଛନ୍ତି ଯେ, କଂକ୍ରିଡ଼ ରାସ୍ତା ଗତ ଏକ ବର୍ଷ ମଧ୍ୟରେ ନିର୍ମିତ ହୋଇଛି ଏବଂ ଉକ୍ତ ରାସ୍ତା ଗୁଡିକ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଛି ଓ କଂକ୍ରିଟ ରାସ୍ତା ଓ ଡ୍ରେନ ନିର୍ମାଣର ଗାଇଡ଼ ଲାଇନକୁ ଖୁଲାପ କରାଯାଇଛି। ଏହି ରାସ୍ତା ଓ ଡ୍ରେନକୁ ଦେଖିଲେ ଦୁର୍ନୀତି ଆଖିକୁ ସଫା ଦିଶୁଛି ଏଣୁ 1 ଓ 7 ନମ୍ବର ୱାର୍ଡର ଉକ୍ତ ରାସ୍ତା ଓ ଡ୍ରେନ କ୍ବାଲିଟି ଟେଷ୍ଟ କରାଯାଉ ଓ ଥୁକନେସ ପରୀକ୍ଷା କରି ଯଥା ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ରାୟ ଦାବି ଜଣାଇଛନ୍ତି