Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତ୍ତାଧାରିଙ୍କ ନଗଦ ଅର୍ଥ ଘରକୁ ପହଞ୍ଚାଯାଉ

ଅତାବିରା -ବରଗଡ଼ ଜିଲା ଅତାବିରା ଏନଏସି ନବ ନିର୍ବାଚିତ ପ୍ରତିନିଧି ଙ୍କ ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଭତ୍ତାଧାରିଙ୍କ ନଗଦ ଅର୍ଥ ଘରକୁ ପହଞ୍ଚାଇବାକୁ ଏଥିରେ ଦାବି କରାଯାଇଛି l ଏନଏସି ଅଞ୍ଚଳର ଅନେକ ବୃଦ୍ଧ, ବୃଦ୍ଧା, ବିଧବା ଦିବ୍ୟାଙ୍ଗ ମାନେ ମାସିକ ଭତ୍ତାରେ ନିର୍ଭର କରି ଜୀବନ ଯାପନ କରୁଛନ୍ତି। ଏମାନଙ୍କୁ ମଧ୍ୟରୁ ଅନେକ ଭତ୍ତାଧାରୀ ନିଜ ଭତ୍ତା ପଇସା ପାଇବା ପାଇଁ ଖରା ବର୍ଷା ସହି ଅନେକ କିଲୋମିଟର ଦୁରକୁ ଯାଇ ଭତ୍ତାପାଇବାକୁ ଲମ୍ବା ଧାଡି ଛିଡା ହେବାକୁ ପଡୁଛି । ଅନେକଙ୍କ ବ୍ୟାଙ୍କ ଆକାଉଣ୍ଟ ଟଙ୍କା କାଢ଼ିବାକୁ ଯାଇ ହଇରାଣ ହରକତ ହେଉଛନ୍ତି। ଏଣୁ ସମ୍ପୃକ୍ତ ଭତ୍ତାଧାରୀ ମାନଙ୍କୁ ତାଙ୍କ ଘରଦ୍ବାରକୁ ଯାଇ ନଗଦ ଟଙ୍କା ଦେବାର ସୁବିଧା କରିବା ପାଇଁ ଲିଖିତଭାବେ ଏନଏସି ଇଓ ଙ୍କୁ ଦାବି କରିଛନ୍ତି ନବ ନିର୍ବାଚିତ 1 ନମ୍ବର ୱାର୍ଡର କାଉନସିଲର ଦୀପକ ରାୟ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ