ସଂମ୍ମାନୀୟ ଭତ୍ତା ନେବେ ନି କଂଗ୍ରେସ କାଉନସିଲର


ଅତାବିରା -ବରଗଡ଼ ଜିଲା ଅତାବିରା ଏନଏସି ନିର୍ବାଚନ ପରେ ମଙ୍ଗଳବାର ନବ ନିର୍ବାଚିତ ସଦସ୍ୟଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ 1 ନମ୍ବର ୱାର୍ଡ ର କଂଗ୍ରେସ କାଉନସିଲର ଦୀପକ ରାୟ ଯୋଗ ଦେଇ ନିଜକୁ ମିଳିବାକୁ ଥିବ ଜନପ୍ରତିନିଧି ଙ୍କ ସଂମ୍ମାନୀୟ ମାସିକ ଭତ୍ତା ନେବେ ନାହିଁ ବୋଲି ଘୋଷଣା କରିଛନ୍ତି l ଆସନ୍ତା 5 ବର୍ଷ ଯାଏଁ ତାଙ୍କୁ ମିଳିବାକୁ ଥିବା ସଂମ୍ମାନୀୟ ଭତ୍ତାକୁ ଏନଏସିର ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରିବାକୁ ଲିଖିତ ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇ ଦେଇଥିବା ଦୀପକ ରାୟ ଜଣାଇଛନ୍ତି l ତାଙ୍କ ଏପରି ମହତ ଉର୍ଦ୍ଧେଶ୍ୟକୁ ଅଞ୍ଚଳରେ ଭୂୟାଂଶୀ ପ୍ରସଂଶା କରାଯାଇଛି l