Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଯୋଜନା ପଞ୍ଜିକୃତ କେନ୍ଦ୍ର ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ

ଗୋପାଳପୁର ୧୨/୯
ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଜିକୃତ କରିବା ପାଇଁ କେନ୍ଦ୍ର ଖୋଲାଯାଇଛି l ସେ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଉମେଶ ଚନ୍ଦ୍ର ତ୍ରିପାଠୀ ଗଞ୍ଜାମ ଗ୍ରସ୍ତରେ ଆସି ଆଜି ଗଞ୍ଜାମ ଜିଲ୍ଲପାଳଙ୍କ ସାକ୍ଷାତ କରି ଗଞ୍ଜାମ ଜିଲ୍ଲାର ସୁଭଦ୍ରା ଯୋଜନାରେ ହିତାଧିକାରୀ ମାନେ ପଞ୍ଜିକୃତ କରିପାରିବେ ଏବଂ ଶାନ୍ତି ଶୃଙ୍ଖଳା ଭାବେ ପଞ୍ଜିକୃତ କରିବେ ସେ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ପରେ ଉପ ଜିଲ୍ଲାପାଳ, ପିଡି ପ୍ରମୁଖ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ l ପରେ ଅପରାହ୍ନରେ ଗୋପାଳପୁର ଏନ ଏ ସିରେ ଥିବା ଗୋପବନ୍ଧୁ ପାଠାଗାର ଉପରେ ଥିବା ରଘୁରାମ ସାହୁଙ୍କ କେନ୍ଦ୍ରକୁ ଯାଇ ପରିଦର୍ଶନ କରିଥିଲେ l ସୁଭଦ୍ରା ଯୋଜନାର ପୋଷ୍ଟର, ବେନର ଆଦି ଲଗାଯାଇଥିବା ଦେଖିବା ସହ ପଞ୍ଜିକୃତ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ l କେନ୍ଦ୍ରର ରଘୁରାମ ସାହୁ ଙ୍କୁ କିଭଳି ପଞ୍ଜିକୃତ କରାଯାଉଛି ପଚାରି ବୁଝିବା ସହ ସମସ୍ତ ହିତାଧିକାରୀ ପଞ୍ଜିକୃତ କରିବା ପାଇଁ କହିଥିଲେ l ଏ ନେଇ ସଚିବଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବା ସହ ଯୋଜନାର ପ୍ରଚାର ପ୍ରସାର ପାଇଁ ପୋଷ୍ଟର, ବେନର ଲଗାଯାଇଥିବା ଓ ବହୁ ହିତାଧିକାରୀ ମାନେ ଶାନ୍ତି ଶୃଙ୍ଖଳା ସହ ପଞ୍ଜିକୃତ କରିଥିବା କହିଛନ୍ତି l ପରିଦର୍ଶନ ବେଳେ ଗଞ୍ଜାମ ଡୁଡା ପିଡି ରବୀନ୍ଦ୍ର କୁମାର ପଟେଲ, କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ l

More Stories