Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକର ତିନି ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସି ମାଧ୍ୟମରେ ଲୋକାପର୍ଣ୍ଣ

ଆଜି ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରାଜ୍ୟରେ ୪ ଟି ଜିଲ୍ଲାରେ ୩୫୭ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାପର୍ଣ୍ଣ କରିଥିଲେ।ଏହା ମଧ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନରେ ୩ ଟି ରୂପାନ୍ତରିତ ବିଦ୍ୟାଳୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ୟୁନିଭର୍ସିଟି ହାୟର ସେକେଣ୍ଡାରୀ ସ୍କୁଲ ସମେତ ମନ୍ତ୍ରୀଡି ପଞ୍ଚାୟତ ଅଧିନରେ ଥିବା ବିଜୁ ପଟ୍ଟନାୟକ ଆବାସିକ ବିଦ୍ୟାଳୟ ଓ କୋଠାରସିଂ ପଞ୍ଚାୟତ ଅଧିନରେ ଥିବା ଭାଲିଆଗଡ ପ୍ରମୁଖ ରହିଛି। ୟୁନିଭରସିଟି ହାୟର ସେକାଣ୍ଡରୀ ହାଇସ୍କୁଲ ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ରଙ୍ଗେଈଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ, ସ୍ଥାନୀୟ ସରପଞ୍ଚ ନମିତା ମହାଙ୍କୁଡ଼,ଉପ କୁଳସଚିବ ଡ଼. ବାବୁଜୀ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନୂତନ ସ୍କୁଲ କୋଠାକୁ ଉଦଘାଟନ କରିଥିଲେ l ସ୍କୁଲରେ ଦୁଇଟି ସ୍ମାର୍ଟ ଶ୍ରେଣୀ ଗୃହ, ଇ -ପାଠାଗାର, ବିଜ୍ଞାନ ପରୀକ୍ଷା ଗାର, ଶୁଦ୍ଧ ପାନୀୟ ଜଳ ସୁବିଧା, ଉଦ୍ୟାନ ଆଦି ଅତିଥି ମାନେ ବୁଲି ଦେଖିଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ଶିବ ରାମ ସାହୁ, ସହକାରୀ ଶିକ୍ଷକ ସଂଜୀବ ପ୍ରଧାନ, ସୁକାନ୍ତି ପଣ୍ଡା, ଅଶୋକ ଭୂୟାଁ, ସମାଜସେବୀ ଶରତ ଚନ୍ଦ୍ର ମହାଙ୍କୁଡଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ବହୁ ଛାତ୍ର, ଛାତ୍ରୀ, ପୁରାତନ ଛାତ୍ର, ଛାତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ l ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ଉନ୍ନତ ଜ୍ଞାନ କୌଶଳ ର ଶିକ୍ଷା ଦାନ ପାଇ ପାରିବେ ତେଣୁ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ କାର୍ତ୍ତିକ ପlଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇଛନ୍ତି।
.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ