Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଯୋଜନା କୁ ନେଇ ପ୍ରଶାସନ କ୍ଷେତ୍ରରେ ତପ୍ତରତା

ପଟ୍ଟାଙ୍ଗି୧୩/୦୯ସାରା ରାଜ୍ୟରେ ସୁଭଦ୍ରା ଯୋଜନା କୁ ନେଇ ବ୍ୟାଙ୍କ ଠାରୁ ଆରମ୍ଭ କରି ଆଧାର ସେଣ୍ଟର ଓ ଗ୍ରାହକ ସେବା କେନ୍ଦ୍ର ମାନଙ୍କ ରେ ଜମି ରହୁଛି ଭିଡ । ଏହିପରି ସ୍ଥିତିରେ ମହିଳା ମାନେ ଉପରୋକ୍ତ ସେଣ୍ଟର ଓ କେନ୍ଦ୍ର ମାନଙ୍କରେ କିପରି ସୁବିଧା ସୁଯୋଗ ପାଉଛନ୍ତି ସେନେଇ ପ୍ରଶାସନ ପକ୍ଷରୁ ତିକ୍ଷିଣ ଦୃଷ୍ଟି ରଖା ଯାଇଥିବା ସହ ତପ୍ତରତା ମଧ୍ୟ ଦେଖା ଦେଇଛି । ଯାହାକି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଏକ ସୀମାନ୍ତ ଅଞ୍ଚଳ ହୋଇଥିବା ରୁ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ କୁ ଏଥି ପ୍ରତି କଡାକଡି ଦୃଷ୍ଟି ରଖିବା ସହ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶ କୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ଲକ ପ୍ରଶାସନ ଏବଂ ଆସିଡିଏସ ବିଭାଗ ର କର୍ମଚାରୀ ଘନ ଘନ ବିଭିନ୍ନ ପଞ୍ଚାୟତ କୁ ଗସ୍ତ କରି ସୁଭଦ୍ରା ଯୋଜନାର ପଞ୍ଜିକରଣ କାର୍ଯ୍ୟକ୍ରମ କୁ ତଦାରଖ କରୁଛନ୍ତି । ଗୁରୁବାର ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ବ୍ଲକର ପୁକାଲି , ଦେଓପଟ୍ଟାଙ୍ଗି ଓ ସମ୍ବାଇ ପଞ୍ଚାୟତ କୁ ଗସ୍ତ କରି ଖୋଲା ଯାଇଥିବା ଆଧାର ସେଣ୍ଟର ଏବଂ ଗ୍ରାହକ ସେବା କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଙ୍କ ଉପସ୍ଥିତ ରେ ହେଉଥିବା ପଞ୍ଜିକରଣ କୁ ତଦାରଖ କରି ଉପସ୍ଥିତ ମହିଳା ମାନଙ୍କୁ ଅସୁବିଧା ସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ଅନ୍ୟପକ୍ଷରେ ସୁଭଦ୍ରା ଯୋଜନାର ଫର୍ମ ଉକ୍ତ ସେଣ୍ଟର ଏବଂ ସେବା କେନ୍ଦ୍ର ଗୁଡିକ ଯେତେ ଫର୍ମ ଅପଲୋଡ଼ କରି ପାରିବ ସେତେ ଭଲ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇ ଥିବା ବେଳେ ସେପଟେ ବ୍ଲକର ଅମ୍ପାବାଲି , ତଳଗଲୁର , କୋଟିଆ , ନୂଆଗାଁ ପରି ସୀମାନ୍ତ ପଞ୍ଚାୟତ ମାନଙ୍କରେ ନେଟୱର୍କ ସୁବିଧା ଠିକ୍ ଭାବେ ରହୁ ନଥିବାରୁ ମହିଳା ମାନେ ଉକ୍ତ ସେଣ୍ଟର ଓ ସେବା କେନ୍ଦ୍ର ମାନଙ୍କ ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା କୁ ପଡୁଥିବା ଜଣାପଡ଼ିଛି । ଏଠାରେ ସୂଚନା ଥାଉକି ଉକ୍ତ ଯୋଜନା ର ପଞ୍ଜିକରଣ ଶେଷ ତାରିଖ ସରକାରଙ୍କ ପକ୍ଷରୁ କୈଣସି ସେପରି ଘୋଷଣା କରା ଯାଇନଥିବା ବେଳେ ଉଚିତ ସଚେତନତା ଅଭାବରୁ ଦୂରଦୂରାନ୍ତରୁ ଆସୁଥିବା ମହିଳା ମାନେ ନେଟୱର୍କ ଅସୁବିଧା ର ସମୁଖିନ କରି ନିରାଶ ହୋଇ ଫେରୁଥିବା ଦେଖିବା କୁ ମିଳିଛି ।