Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ।

କଳାହାଣ୍ଡି:୧୪/୦୯(ସନତ କୁମାର ପ୍ରଧାନୀ)
ଧର୍ମଗଡ ବ୍ଲକ ଅର୍ନ୍ତଗତ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍ ଶାଖା ତରଫରୁ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି।
ଦୈନନ୍ଦିନ ଜୀବନରେ ଦୁର୍ଘଟଣା ସହ ସାମ୍ନା କରିବା ସାଧାରଣ ଘଟଣା ହେଇଗଲାଣି। ଦୁର୍ଘଟଣା ସମୟରେ ଉପଯୁକ୍ତ ପ୍ରାଥମିକ ଉପଚାର ଦିଆଗଲେ ଅନେକ ଲୋକ ଉପଶମ ପାଇବା ସହ ଜୀବନ ମଧ୍ୟ ବଞ୍ଚିଯାଇ ପାରିବ। ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ,ଇରାନ,ଚୀନ ପରି ଦେଶରେ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ବିଷୟରେ ସିଲାବସ ଅନ୍ତର୍ଭୁକ୍ତ କରି ଶିକ୍ଷାଦାନ କରାଯାଉଛି। ପ୍ରାଥମିକ ଚିକିତ୍ସାକୁ ସାରା ପୃଥିବୀରେ ବ୍ୟାପକ କରିବା ପାଇଁ ଇଣ୍ଟରନେସନାଲ ଫେଡେରେସନ ଅଫ୍ ରେଡକ୍ରସ୍ ଆଣ୍ଡ ରେଡ୍ କ୍ରିସାଣ୍ଟ ସୋସାଇଟି ଓ ଇଣ୍ଟରନେସନାଲ କମିଟି ଅଫ୍ ରେଡକ୍ରସ୍ କାର୍ଯ୍ୟରତ ଅଛନ୍ତି। ଏହାବ୍ୟତୀତ ଭାରତରେ ସେଣ୍ଟଜନ ଆମ୍ବୁଲାନ୍ସ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ଦେଇଥାଏ। ସାଧାରଣ ଲୋକ ପ୍ରାଥମିକ ଉପଚାର ବିଷୟରେ ଜାଣନ୍ତି ନାହଁ। ଭାରତରେ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣକୁ ବ୍ୟାପକ କରିବା ସହ ସ୍କୁଲ ସିଲାବସରେ ଅନ୍ତର୍ଭୁକ୍ତ କରାଗଲେ ବିଦ୍ୟାର୍ଥୀ ଜୀବନରୁ ପ୍ରାଥମିକ ଉପଚାର ବିଷୟରେ ଜ୍ଞାନ ଲାଭ କରିବା ସହ ଦୁର୍ଘଟଣା ସମୟରେ ଉପଯୁକ୍ତ ପ୍ରାଥମିକ ଉପଚାର ପ୍ରଦାନ କରିପାରିବ। ତେଣୁ ସରକାରଙ୍କୁ ନିବେଦନ ଏ ବିଷୟରେ ଉପଯୁକ୍ତ ପଦକ୍ଷେପ ନିଆଗଲେ ସମସ୍ତେ ଉପକୃତ ହେବେ ବୋଲି କାର୍ଯ୍ୟକ୍ରମର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ଓ ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ, ସୁରେନ୍ଦ୍ର କୁମାର ସାହୁ, ଫକିର ଚଣ୍ଡି ଉପସ୍ଥିତ ଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି ଆରାମଦାୟକ ଅବସ୍ଥା,ସିପିଆର, ରକ୍ତସ୍ରାବ,ଫ୍ରାକଚର, ଚକିଙ୍ଗ,ପେଣ୍ଟିଂ ପରି ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ସହିତ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ ଚଣ୍ଡି ସହିତ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।