Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲାରେ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪, ୪୮୮୪ ଟି ମାମଲା ଫଇସଲା

କଳାହାଣ୍ଡି, ୧୪/୦୯
(ଜଗନ୍ନାଥ ନାଏକ) ଓଡିଶା ନ୍ୟୁଜ : କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୪ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ତା, ୧୪.୦୯.୨୦୨୪ ରିଖ ଆଜି (ଶନିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞ୍ଜନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଶୁଭ ଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୧ ଟି ମୋଟର ଦୁର୍ଘଟଣା ଜନିତ ମାମଳାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୧,୭୫,୨୫,୦୦୦/- ଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୬ ଟି ଦେବନୀ ମକଦମା ଫଇସଲା କରାଯାଇଥିଲା, ବିଚାର ଯୋଗ୍ୟ ୩୪୪ ଟି ଫୌଜଦାରି ମକଦମା ଫଇସଲା କରାଯାଇଥିଲା ଏବଂ ଏନଆଇ ଆକ୍ଟ କେସ NI Act Cases (ଦଫା -୧୩୮) ୮ ଟି ଫଇସଲା କରାଯାଇ ଟ. ୨୨,୯୧,୭୩୫/- ଙ୍କା ଆଦାୟ କରାଯାଇଥିଲା । ବିବାହ ଜନିତ ମକଦମା ୭ ଗୋଟି ଫଇସଲା କରାଯାଇଥିଲା । ରାଜସ୍ବ ମକଦମା ୪୪୭୮ ଟି ଫଇସଲା କରାଯାଇ ଟ.୨,୯୦,୨୯୬/- ଙ୍କା ଆଦାୟ କରା ଯାଇଥିଲା ଓ ୩୫୧ ଟି ପ୍ରାକ ମୋକଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ.୪୮,୪୯,୪୨୧ ଙ୍କା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ, ରାଜଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ (ପି.ଓ.ସି.ଏସ.ଓ) ସ୍ମୃତିଲେଖା ବାରିକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରାଜୀବ ଲୋଚନ ସାହୁ, ସିନିୟର ସିଭିଲ ଜଜ, ସମାପିକା ମହାନ୍ତି, ସିନିୟର ସିଭିଲ ଜଜ
(ଏଲ ଏବଂ ଏଲଟିଭି), ସୁଦୀପ୍ତା ଦେହୁରୀ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡି, ଶ୍ରୀ ଶୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ
(ମହିଳା କୋର୍ଟ) ରଶ୍ମିରେଖା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପି.ସୀତାଲଷ୍ମୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସୁମିତ୍ରା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ (ଏଫଟିଏସସି) ଯଦୁମଣି ମିଶ୍ର, ରେଜିଷ୍ଟ୍ରାର ଶ୍ରୀ ଶ୍ରୀଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ