Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନ ଆଗକୁ ଆସିଗଲେ ଯୁବକ, ଆଉ ତା’ପରେ…

ସୋନପୁର: ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ସହଲା ରେଳ ଫାଟକ ନିକଟରେ ଏହି  ଦୁର୍ଘଟଣା ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । 

ଗତକାଲି ରାତିରେ ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ଦେଇ ଏଲେପି-ଧାନବାଦ ଏକ୍ସପ୍ରେସ  ଯାଉଥିଲା । ଏହି ସମୟରେ ଏକ ଯୁବକ ହଠାତ୍ ଟ୍ରେନ ଆଗକୁ ଆସିଯାଇଥିଲେ । ଟ୍ରେନଟି ଯୁବକଙ୍କ ଉପରେ ମାଡ଼ି ଯାଇଥିଲା । ଲୋକୋପାଇଲଟ ଷ୍ଟେସନ ପରିଚାଳକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ।

ରେଲୱେ ପୋଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । କାହିଁକି ଯୁବକ ଜଣଙ୍କ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ