Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱକର୍ମା ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ବିଧାୟକ।

କଳାହାଣ୍ଡି:୧୮/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡକେନ୍ଦୁଗୁଡା ମାଁ ଲଙ୍କେଶ୍ୱରୀ ଯୁବକ ସଂଘ ପୂଜା ମଣ୍ଡପ ରେ ପ୍ରଭୁ ବିଶ୍ୱକର୍ମାଙ୍କ ଦୁଇ ଦିନାତ୍ମକ ପୂଜନୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ନରେ ଏକ ଭବ୍ୟ କଳସଯାତ୍ରା ନଗର ପରିକ୍ରମା କରି ମଣ୍ଡପରେ ପୂର୍ଣ୍ଣ କଳସ ସ୍ଥାପନ ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପୂଜା କର୍ତ୍ତା ଭାବେ ବିକାଶ ରଞ୍ଜନ ପଣ୍ଡା, ସ୍ମିତା ପଣ୍ଡା ସପତ୍ନୀକ ରହିଥିବା ବେଳେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ପୂଜକ ପ୍ରତାପ କିଶୋର ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜା ଅବସରରେ ଏକ ଘୁମୁରା ପ୍ରତିଯୋଗିତା ମଙ୍ଗଳବାର ରାତିରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଷୀ, ମୂଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଭୂବନେଶ୍ୱର ପୁରୋହିତ ଯୋଗଦେଇ ଥିବା ବେଳେ ଗାଁ ଗୌନ୍ତିଆ ବିରଞ୍ଚି ନାରାୟଣ ପଣ୍ଡା ସଭାପତିତ୍ୱ କରିଥିଲେ । ମୂଖ୍ୟ ଅତିଥିଙ୍କ ଦ୍ଵାରା ମଞ୍ଚ ଉଦଘାଟନ ପରେ ମାଁ ଲଙ୍କେଶ୍ୱରୀ ଯୁବକ ସଂଘ ସଭାପତି ଆଦିତ୍ୟ ପଣ୍ଡା ନିଜ ସ୍ୱାଗତ ଭାଷଣରେ ଗାଁର ଗୌରବ ଓ ଐତିହ୍ୟ ସହିତ ଗାଁରେ ରହିଥିବା ସମସ୍ୟା ସମ୍ବନ୍ଧରେ ଅବଲୋକନ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପାଟ୍ଟଯୋଷୀ ଗାଁରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ପୂଜା କମିଟି ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଏଭଳି ପ୍ରତିଯୋଗିତା କରୁଥିବା ଯୋଗୁଁ କମିଟିକୁ ଧନ୍ୟବାଦ ଦେଇଥିଲେ। ଅନୁଷ୍ଠିତ ଘୁମୁରା ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିବା ବେଳେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳ ମାନଙ୍କୁ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ମଞ୍ଚ ପରିଚାଳନା ଶିକ୍ଷାବିତ୍ ବୈକୁଣ୍ଠ ଜାଲ କରିଥିବା ବେଳେ ପ୍ରଶନ୍ନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପୂଜା କମିଟିର ସଭାପତି ଗଣପତି ହଂସ, ସମ୍ପାଦକ ତ୍ରିଭୁବନ ନାଏକ, କୋଷାଧ୍ୟକ୍ଷ ଟଙ୍କଧର ପୁଝାରୀ, ସହଦେବ ନାଏକ, ଅର୍ଜୁନ ଭାଟି, ବୈଷ୍ଣବ ନାଏକ, ରଣଜିତ ଖମାରୀ, ସଞ୍ଜୟ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଣ୍ଡା, ଶୁକଦେବ ନାଏକ, ଶ୍ରୀପତି ହଂସ, କାନ୍ତ ଭାଟି, କ୍ଷୀରସିନ୍ଧୁ ହଂସ, ଗୋପାଳ ଭାଟି ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆମପାଣି ଥାନାଧିକାରୀ ବିଜୟଲକ୍ଷ୍ମୀ ହିକ୍କାଙ୍କ ନେତୃତ୍ୱରେ ପୋଲିସ ଓ ଆଇଆରବି କର୍ମଚାରୀ ମୁତୟନ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ