Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦୁର୍ଘଟଣା ରେ ଗୁରୁତର ଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି:୧୮/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ଶିଵ ମନ୍ଦିର ନିକଟରେ ବୁଧବାର ସକାଳେ ବାଇକ ଧକ୍କା ରେ ମୋଟେର ପଞ୍ଚାୟତ ଜଳତାମୁଣ୍ଡା ଗ୍ରାମର ହଳଧର ପୁଝାରି (୫୬) ଗୁରୁତର ହେବାପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ଙ୍କ ପରାମର୍ଶ ମତେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ୧୦୮ ଆମ୍ବୁଲାନ୍ସ ରେ ସ୍ଥାନାନ୍ତର କରୁଥିବା ବେଳେ ଅଧା ବାଟରେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଦୁର୍ଘଟଣା ଘଟାଇଥିବା ବାଇକ କୁ ମୋଟେର ଫାଣ୍ଡି ପକ୍ଷରୁ ଜବତ କରାଯାଇଛି। ଏନେଇ ପରିବାର ଲୋକେ ମୋଟେର ଫାଣ୍ଡି ରେ ଦୁର୍ଘଟଣା ଜନିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଭବାନୀପାଟଣା ରେ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।