Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ବରପାଲି: ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ନରେନ୍ଦ୍ର କୁମାର ପ୍ରଧାନ ପ୍ରାକ୍ତନଃ ବରିଷ୍ଠ ପ୍ରାଧ୍ୟାପକ କେନ୍ଦୁଝର ମହାବିଦ୍ୟାଳୟ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତା ସ୍ବାଗତ ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ। ପରିଚାଳନା କମିଟି ସମ୍ପାଦକ ରାଜେଶ୍ ରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦ୍ଦେଶ୍ୟ ଜ୍ଞାପନ ଜ୍ୟୋତି ରଞ୍ଜନ ମିଶ୍ର ପଶ୍ଚିମ ସମ୍ଭାଗଙ୍କ ଦ୍ବାରା ସମ୍ପର୍ଣ୍ଣ ହୋଇଥିଲା। ବରଗଡ ସଙ୍କୁଳ ସଂଯୋଜକ ଦିଲ୍ଲୀପ ସାଥୁଆଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟଶାଳା ପରିଚାଳିତ ହୋଇଥିଲା। ବରଗଡ଼ ସଙ୍କୁଳ ଅର୍ନ୍ତଗତ ବିଭିନ୍ନ ଶିଶୁ ବିଦ୍ଯାମନ୍ଦିରରୁ ୧୪୫ ଜଣ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟଶାଳାରେ ଭାଗିଦାର ସାଜିଥିଲେ। ବିଦ୍ୟାମନ୍ଦିର ଭଉଣୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ