Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀ ଓ ନେତାଙ୍କ ମେଳରେ ମନ୍ଦିର ପ୍ରତିଷ୍ଠାତ୍ସବ

ବରପାଲି: ବରପାଲି ବ୍ଳକ ତିଲେଇମାଲ ପଚାଂୟତ ବାନ୍ଦୁମୁଣ୍ଡା ଗ୍ରାମରେ ନବନିର୍ମିତ ମାଁସମଲେଶ୍ବରୀ, ହନୁମାନ ଏବଂ ଶିବମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରବେସ କାର୍ଯ୍ୟକ୍ରମ ନିତିକାନ୍ତି ପାଳିତ ହୋଇଯାଇଛି। ବୁଧବାର ପୁର୍ବାହ୍ନ ସମୟରେ ମୁଖ୍ୟ ପଣ୍ଡିତ ଗୁଣନିଧି ମିଶ୍ରଙ୍କ ସମେତ ଆଚାର୍ଯ୍ୟ କ୍ରୁପାସିନ୍ଧୁ ଦାଶ,ବିଷ୍ଣୁ ଦାଶଙ୍କ ଦ୍ବାରା ପ୍ରଥା ଅନୁଶାରେ ପୂଜାର୍ଚ୍ଚନା ଓ ହୋମ ଆହୂତୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସେହିପରି ପ୍ରଥା ଅନୁଯାୟୀ ପଣ୍ଡିତ ମାନଙ୍କ ସହାୟତାରେ ଧ୍ବଜ ଆରୋହଣ ପାରିତ ହୋଇଥିଲା। ଶିବମନ୍ଦିର ପରିସରରେ ରୂଦ୍ରାଭିଷେକ ଅନୁଷ୍ଠାନ ପୂଜାକର୍ତ୍ତା ମାନଙ୍କ ଦ୍ବାରା ସମ୍ପର୍ଣ୍ଣ ହୋଇଥିବା ବେଳେ ହୋମଯଞ ଆହୁତୀ ପର୍ବ ନିତୀକାନ୍ତି ମଧ୍ୟରେ ପୂର୍ଣ୍ଣାହୂତୀ ପର୍ବ ସମାପନ ହୋଇଥିଲା। ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବରେ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ସମେତ ପୁର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଓ ପୁର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର ତଥା ବିଭିନ୍ନ ପଚାଂୟତର ସରପଚଂ, ସମିତିସଭ୍ୟ ଓ ଜିଲ୍ଳା ପରିଷଦ ସଦସ୍ୟ ମାନେ ଯୋଗ ଦେଇ ଦେବାଦେବୀଙ୍କ ଆଶିର୍ବାଦ ଭିକ୍ଷା ସହ ଆୟୋଜକ ଏବଂ ଗ୍ରାମବାସୀଙ୍କ ମନୋବଳକୁ ଉତ୍ସାହ ପ୍ରଦାନ କରିଥିଲେ। ପଞ୍ଚ ଦିବସୀୟ ମହୋତ୍ସବରେ ଗତ ସୋମବାର ପୁର୍ବାହ୍ନ ସମୟରେ ମନ୍ଦିର ସମ୍ମୁଖରେ ଆୟୋଜିତ ପୂଜା ମଣ୍ଡପରେ ପଣ୍ଡିତ ଓ ଆଚାର୍ଯ୍ୟ ମାନଙ୍କ ଦ୍ବାରା ବିଗ୍ରହ ଓ ପାର୍ଶ୍ବ ଦେବାଦେବୀଙ୍କ ଅଭିଷେକ ସହ ପୂଜାର୍ଚ୍ଚନା ହୋମ ଆୟୋଜନ କାର୍ଯ୍ୟକାରୀ କରିଯାଇଥିଲା। ପ୍ରତିଷ୍ଠା କାର୍ଯ୍ୟକ୍ରମ ସଂଚାଳନ ଅବସରରେ ଅଙ୍କୁରାରୋପଣ ସହ ଅଭିଷେକ, ପ୍ରତିଷ୍ଠା,ଧ୍ବଜ ପୂଜନ ପାଳନିୟ ପ୍ରଥା ମାନ ବିଭିନ୍ନ ଦିବସରେ ପାଳିତ ହୋଇଥିଲା। ଗତ ଶନିବାର ପ୍ରତିଷ୍ଠାତ୍ସବର କଳସ ଶୋଭାଯାତ୍ରାରୁ ପ୍ରାରମ୍ଭ ହୋଇଥିବା ବେଳେ ପୂଜାକର୍ତ୍ତା ଗଣେଷ ମେହେର ଧର୍ମପତ୍ନୀ ଯଶୋବନ୍ତି ମେହେର, କାର୍ତ୍ତିକ ମେହେର ପତ୍ନୀ ବାରୁଣି ମେହେର ତଥା କ୍ଷିରୋଦ୍ର ମେହେର ପତ୍ନୀ ଝୁଲଣା ମେହେର ସମେତ ବହୁ ମହିଳା ଓ ଯୁବତୀ ଭକ୍ତ ମାନେ ପରିକ୍ରମା ମାଧ୍ୟମରେ ପୂର୍ଣ୍ଣକୁମ୍ଭ ମାନ ମନ୍ଦିର ସମ୍ମୁଖ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଉତ୍ସବଟି ପଚଂ ଦିବସିୟ ଭାବରେ ପରିଚାଳିତ ହେଉଥିବା ବେଳେ ଆଜି ହୋମ ଅନୁଷ୍ଠାନ ପର୍ବର ପୂର୍ଣ୍ଣାହୂତୀ ସହ ବିଗ୍ରହ ମାନଙ୍କୁ ସ୍ବମନ୍ଦିର ମାନଙ୍କରେ ହୁଳାହୁଳି ସଂକିର୍ତ୍ତନ ବାଜାଗାଜା ମନ୍ତ୍ରୀ ଯପ ମଧ୍ୟରେ ଭକ୍ତ ମାନେ ମନ୍ଦିର ପରିକ୍ରମା ସହ ପ୍ରବେସ ପର୍ବ ସମ୍ପାଦନ କରିଥିଲେ। ମହୋତ୍ସବକୁ ଲୋକାଭିମୁଖି କରିବା ଉଦେଶ୍ୟ ରେ ପରିଚାଳନା କମିଟି ପକ୍ଷରୁ ଆଲୋକମାଳା ସହ ପ୍ରତିଦିନ ଭଜନ ସଂନ୍ଧ୍ୟା,ନାଟକ,ରାବଣବଧ ପଥପ୍ରାନ୍ତ ନାଟିକା, ରାମାୟଣ ପରାୟଣ ଓ ସଂକିର୍ତ୍ତନ ସହ ମିନାବଜାର ବ୍ୟବସ୍ଥା ମାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ