Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବୁଲାନ୍ସ ନଆସିବାରୁ ଶିଶୁ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟି ଯାଇଛି।ଆମ୍ବୁଲାନ୍ସର ଅବହେଳାର ଶିକାର ଜଣେ ନିଷ୍ପାପ ଶିଶୁଟିକୁ ଭୋଗିବାକୁ ପଡିଛି।ବନ୍ଧୁଗାଁ ବ୍ଲକ ଦିନକୁ ଦିନ ପ୍ରତ୍ୟେକ ସମସ୍ୟା ଭିତରେ ଫସିବାକୁ ଲାଗିଛି।ଜିଲ୍ଲା ପ୍ରସାସନର ଅବହେଳାକୁ ସବୁ ମହଲରେ ଦାଇ କରାଜାଇଛି।ସ୍ଥାନିୟ ବ୍ଲକର କାବ୍ରିବାଡି ପଞ୍ଚାୟତ ଅନ୍ତର୍ଗତ ଲୋପେଟା ଗ୍ରାମର ଜଣେ ପ୍ରସୁତି ମହିଳା ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।ଉକ୍ତ ଜନ୍ମ ହୋଇଥିବା ସନ୍ତାନର କିଛି ସମସ୍ୟା ଥିବା ଦେଖି ଚିକିତ୍ସା କରୁଥିବା ଡାକ୍ତର ତୁରନ୍ତ ଜିଲ୍ଲା ଚିକିତ୍ସାଳୟକୁ ନେବା ପାଇଁ କହିଥିଲେ।ଏହା ଦେଖି ତାଙ୍କ ପରିବାର ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା।ଆଜି ସକାଳ ସୁଧା ମଧ୍ୟ ଆମ୍ବୁଲାନ୍ସର ଦେଖା ନଥିବା ବେଳେ ପାହାଁତିଆ ୫ଟା ବେଳେ ନିଷ୍ପାପ ଶିଶୁଟି ମୃ୍ତ୍ୟୁ ବରଣ କରିଥିଲା।ଏନେଇ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସବୁ ମହଲରେ ଏଇ ଭଳି ଘଟଣାକୁ ନେଇ ପ୍ରସାସନର ଅବହେଳାକୁ ଦାୟି କରାଯାଇଛି।ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ହିତ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଲେ ହେଲେ ତାହା ଠିକ୍ ଭାଵେ କାମ କରୁନି।ଏହାର ମୁଖ୍ୟ କାରଣ ‌କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଠିକ୍ ନାହିଁ। ଠିକ୍ ସମୟରେ ରୋଗିଙ୍କ କାମରେ ଆମ୍ବୁଲାନ୍ସ ମିଳୁନଥିବା ସାଧାରଣରେ ଅଭିଯୋଗ ହୋଇଛି।ଆଜି ଏଇ ଭଳି ଏକ ଅବହେଳାର ଶିକାର ଜଣେ ଆଦିବାସୀ ମହିଳାଙ୍କୁ ହେବାକୁ ପଡିଛି।ଆମ୍ବୁଲାନ୍ସ ନମିଳିବାରୁ ପୁତ୍ର ସନ୍ତାନକୁ ହରାଇଛନ୍ତି ଜଣେ ଆଦିବାସୀ ମହିଳା।ଏଥି ପାଇଁ ଦାଇ କିଏ..?ଏଥିରେ ସମ୍ପୃକ୍ତ ଆମ୍ବୁଲାନ୍ସ କର୍ମଚାରି ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରେ ଦାବି ହୋଇଛି।ଏନେଇ ଆମେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରିଙ୍କୁ ପଚାରିବାରୁ କଣ ହେଇଚି ମୁତ ଜାଣିନି ତଥାପି ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ