Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଂଘ ନୂତନ କର୍ମକର୍ତ୍ତା ନିର୍ବାଚନ l

କଳାହାଣ୍ଡି:୨୧/୦୯
ରିପୋର୍ଟ-ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ସମ୍ମିଳିତ କର୍ମଯିଵି ସାମ୍ବାଦିକ ସଂଘ
ଶାଖାର ବାର୍ଷିକ ବୈଠକ ଏବଂ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଟେଲ ଭାଗିରଥି ଆଉଟ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଭେଟଘାଟ କାର୍ଯ୍ୟକ୍ରମ ରେ ରାଜ୍ୟର କର୍ମକର୍ତା ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ, ସଭାପତି ସଞ୍ଜୟ ଦାସ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି ଓ କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଦାସ ଉପସ୍ଥିତ ରହି ଜିଲ୍ଲାର ସାମ୍ବାଦିକ ମାନଙ୍କ ମନୋବଳ ବଢାଇବା ସହ ନିଜର ଅଧିକାର ପାଇଁ ଲଢେଇ ଜାରି ରଖିବା ପାଇଁ କହିଥିଲେ l ଏହା ସହିତ ସର୍ବସମ୍ମତି କ୍ରମେ ରାଜ୍ୟସ୍ତରୀୟ ନେତୃ ମଣ୍ଡଳୀଙ୍କ ଉପସ୍ଥିତରେ ସଭାପତି ଭାବେ ଦୀପକ ସାହୁ, ଉପସଭାପତି ଶରତ ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାଏକ, ଶେଷଦେବ ନାଏକ, ସମ୍ପାଦକ ଭାବେ ମନୋଜ କୁମାର ନାଏକ, ଯୁଗ୍ମ ସମ୍ପାଦକ କେଶବ ଚନ୍ଦ୍ର ସୁନାନୀ,ମହମ୍ମଦ ମଂଜୁର ଇଲାହି, ଶରତ ଚନ୍ଦ୍ର ସୁନାନୀ, କୋଷାଧକ୍ଷ ରାଜେଶ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଞ୍ଜୟ ସାହୁ, ବିନୀତ ସାହୁ, କୌଶିକ ନାଏକ, ଉପଦେଷ୍ଟା କୁଞ୍ଜ ସାହୁ,କୁଲଦୀପ ଗୁପ୍ତା, ରାଜୁ ଅଗ୍ରୱାଲ ଓ ଆଇନ ଉପଦେଷ୍ଟା ଭାବେ ଗଣପତି ନାଏକ ନିର୍ବାଚିତ ହେଲେ l ସମସ୍ତ ସାମ୍ବାଦିକ ଙ୍କୁ IMC ର ଲୋଗୋ ସାମ୍ବାଦିକ ପରିଚୟ ପାଇଁ ଦିଆଗଲା l କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି)ଯୋଗ ଦେଇଥିଲେ l ସଂଘର କାର୍ଯ୍ୟକ୍ରମ କୁ ଆଗାମୀ ଦିନରେ ମଜବୁତ କରାଯିବ ବୋଲି ସମସ୍ତ ସଦସ୍ୟ ମତ ଦେଇଥିଲେ l କାର୍ଯ୍ୟକ୍ରମ ର ସ୍ୱାଗତ ଭାଷଣ କୁଞ୍ଜ ସାହୁ ଦେଇଥିବା ବେଳେ ସମ୍ପାଦକ ମନୋଜ କୁମାର ନାଏକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ଶେଷରେ ସଭାପତି ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l