Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ଦେଇ ଯାଉଥିବା ବଂଶଧରା ନଦୀରୁ ଅବାଧ ବାଲି ଚାଲାଣ ପରେ ସକ୍ରୀୟ ପ୍ରଶାସନ : ଡ୍ରନ କେମେରା ଦ୍ୱାରା ସର୍ଭେ

ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଦେଇ ଯାଉଥିବା ବଂଶଧରା ନଦୀରୁ ଆନ୍ଧ୍ର ପଟକୁ କେତେକ ବାଲି ମାଫିଆ ମାନଙ୍କ ଦ୍ବାରା ଅବାଧ ବାଲି ଚୋରାରେ ଚାଲାଣ ନେଇ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ଖବର କୁ ନେଇ ପ୍ରଶାସନ ଚଳ ଚଞ୍ଚଳ ହୋଇ ଥିବା ଦେଖିବାକୁ ମିଲିଛି ।କାଶୀନଗର ସହର ର ଆର ପାରି ରେ ଆନ୍ଧ୍ର ପ୍ରଦେଶ ର ସୀମା ରହିଛି । ଓଡିଶା ର ହାବିଲମା ମୌଜା ମଧ୍ୟ ରହିଛି, ସେହିପଟ ରେ ଓଡିଶା ଚାଷୀଙ୍କ ଜମିଓ ତୋଟା ବାଡ଼ି ରହିଛି । ଆନ୍ଧ୍ର ଅବାଧ ଭାବେ ବାଲି ଚାଲାଣ କରୁଥିବା ନେଇ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ପ୍ରଶାସନ ଚଳ ଚଞ୍ଚଳ ହୋଇଛି | ଏକଦା ଡ଼ଙ୍ଗା ଚଳାଇବା ପାଇଁ ଏନ ଏ ସି ନିଲାମ ଡାକିବାକୁ ନେଇ ସୀମା ବିବାଦ ଉଠିଥିଲା ସେତେବେଳେ ଉଭୟ ପକ୍ଷ ର ରାଜସ୍ବ ବିଭାଗ ମାପ ଚୁପ କରି ସୀମା ନିର୍ଦ୍ଧାରିତ ହୋଇଥିଲା । ଏବେ ବାଲି କୁ ନେଇ ପୁଣି ବିବାଦ ଉଠିଛି ।ଗତ ପନ୍ଦର ଦିନ ହେଲା ଚାରିଗୋଟି ଜେସିବି ଲଗାଇ ଟ୍ରକ ସାହାଯ୍ୟ ରେ ବାଲି ଚାଲାଣ ହେଉଛି । ଏହି ବାଲି ଚାଲାଣ ରେ କିଛି ବଡ଼ ବାଡିଆଙ୍କ ଅଧିକାରି ଓ ନେତାଙ୍କ ହାତ ରହିଥିବା ଗୁଜବ ପ୍ରଚାରିତ ହେଉଛି । ଗତ କାଲି ଅପରାହ୍ନ ରେ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା, ଉପ ଜିଲ୍ଲା ପାଳ ଅନୁପ ପଣ୍ଡା, ତହସିଲଦାର ଡମ୍ବୁରୁ ଧର ମଲିକ, ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ ଓ ରାଜସ୍ବ କର୍ମଚାରୀ ମିଳିତ ଭାବେ ଡ୍ରନ କ୍ୟାମେରା ଦ୍ୱାରା ସର୍ଭେ କରିଛନ୍ତି । ଏହାର ସଠିକ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣା ପଡିଛି | ସେପଟ କାଶୀନଗର ସହର ର ଏକ ଦଳ ଆଜି ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ଙ୍କୁ ପାରଳାଖେମୁଣ୍ଡି ଠାରେ ସାକ୍ଷାତ କରି ଏହି ବିଷୟ ଦୃଷ୍ଟି କୁ ଆଣିବେ ବୋଲି ସୂଚନା ମିଲିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories