Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ‘ସ୍ପାର୍କ-୨୦୨୪’ ରେ ଚମକିଲେ କୋକସରା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ।

କଳାହାଣ୍ଡି:୨୧/୦୯
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୪’ ଜିଲ୍ଲା ଆଦର୍ଶ ବିଦ୍ୟାଳୟ ନୋଡାଲ ଅଧ୍ୟକ୍ଷ ଡ. ନୀଳମାଧବ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲା ର ସମସ୍ତ ଓଏଭି ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ବକୃତା,ଗୀତ, ଏକକନୃତ୍ୟ,ଗ୍ରୁପ ଡ୍ୟାନ୍ସ ରେ ଅଂଶଗ୍ରହଣ କରିଥିଲେ। କୋକସରା ଓଏଭି ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସ୍ପାର୍କ ୨୪ ର ବିଭିନ୍ନ ପ୍ରତିଯୋଗିତା ରେ ଚମକପ୍ରଦ ପ୍ରଦର୍ଶନ କରିଛନ୍ତି। ଜିଲ୍ଲା ସ୍ତରୀୟ କନିଷ୍ଠ ବର୍ଗ ଇଂରାଜୀ ବକୃତା ରେ ଅନନ୍ୟା ଅଗ୍ରୱାଲ ପ୍ରଥମ,ଇଂରାଜୀ ଇଲୋକ୍ୟୁସନ ଆବୃତି ରେ ଅନନ୍ୟା ଅଗ୍ରୱାଲ ପ୍ରଥମ,ସୋଲୋ କ୍ଲାସିକାଲ ଡ୍ୟାନ୍ସ ରେ ଅନ୍ଵେସା ଛାତ୍ରୀଆ ପ୍ରଥମ,ବରିଷ୍ଠ ବର୍ଗ ଡ୍ୟାନ୍ସ ରେ ପ୍ରୀତି ରାଉତ ପ୍ରଥମ ଓ ଗ୍ରୁପ ଡ୍ୟାନ୍ସ ର ବରିଷ୍ଠ ବର୍ଗ ଓ କନିଷ୍ଠ ବର୍ଗ ସୋଲୋ ଡ୍ୟାନ୍ସ ଗ୍ରୁପ ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉଦଯାପିତ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର୍ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ଡ. ନୀଳମାଧବ ପଟ୍ଟନାୟକ, ଓ.ଏ.ଭି. ମ.ରାମପୁର ଅଧକ୍ଷ ସଞ୍ଜୟ କୁମାର ଦାସ ଓ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ପ୍ରମୁଖ ମଞ୍ଚାସୀନ ରହି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ,ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀ ଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ କୋକସରା ର ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡିତ ସମେତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଛାତ୍ରଛାତ୍ରୀ ଙ୍କ ସଫଳତା ପାଇଁ ଉତ୍ସାହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ