ପଟ୍ଟାଙ୍ଗି୨୧/୦୯କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି ୨୦୨୪ ପାଳିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାମଲ ପ୍ରଦୀପ ପ୍ରଜ୍ଜ୍ୱଳନକରି କାର୍ଯ୍ୟକ୍ରମ କୁ ଆରମ୍ଭ କରି କହିଥିଲେ । ସୁରଭି ହେଉଛି ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ପ୍ରତିଭା ରାଜ୍ୟସ୍ଥରରେ ପ୍ରଦର୍ଶିତ ହୋଇପାରିବେ । ଏହିପରି କିଛି ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ର, କୁଇଜ୍, ପ୍ରବନ୍ଧ, ସୃଜନଶୀଳ ଲେଖନୀ, ତର୍କ, ବକ୍ତୃତା, ସଂଗିତ ଏବଂ ନୃତ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଉଦ୍ଯାପନୀ ଉତ୍ସବରେ ପଟ୍ଟାଙ୍ଗି ଗୋଷ୍ଠି ଶିକ୍ଷା ବିଭାଗର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ , ସିଆର୍ସିସି ପଟ୍ଟାଙ୍ଗି ସତ୍ୟ ଖରା , ସିଆର୍ସିସି ତାଉପଦର ପବିତ୍ର କୁମାର ଦାସ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଚିତ୍ରାଙ୍କନରେ ସଂଜୀବ ତେନ୍ତୁଲିପାଡିଆ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ଦୀପକ କୁମାର ଜାନୀ ଦ୍ୱିତୀୟ , ନାଗେଶ ମୁର୍ଜା ତୃତୀୟ , କୁଇଜ୍ରେ ସାଗର ଚୌଧୁରୀ ପ୍ରଥମ , ରାଜେନ୍ଦ୍ର ଜାଙ୍ଗରଡା ଦ୍ୱିତୀୟ , ମାମିନା ପାଙ୍ଗି ତୃତୀୟ , ପ୍ରବନ୍ଧରେ ହରୀ କାନ୍ତେରୀ ପ୍ରଥମ , ମାଧୁରୀ ଖିନବୁଡି ଦ୍ୱିତୀୟ , ସୁରେଶ ବଇ ତୃତୀୟ , ସୃଜନଶୀଳ ଲେଖନୀରେ ମାମିନା ପାଙ୍ଗି ପ୍ରଥମ , ରାଜେନ୍ଦ୍ର ଜାଙ୍ଗଡା ଦ୍ୱିତୀୟ , ଦେବସନ ଖିଲ ତୃତୀୟ , ବିତର୍କରେ ପ୍ରଶାନ୍ତ ହନ୍ତାଳ ପ୍ରଥମ , ମାନସୀ ବୁରୁଡି ଦ୍ୱିତୀୟ , କାଜୋଲ ହନ୍ତାଳ ତୃତୀୟ , ବକ୍ତୃତାରେ ମାନସୀ ବୁରୁଡି ପ୍ରଥମ , ରାଜେନ୍ଦ୍ର ଜାଙ୍ଗଡା ଦ୍ୱିତୀୟ , ରୋହିତ ବାଙ୍କା ତୃତୀୟ , ଗୀତରେ ଅଞ୍ଜଳୀ ପାଙ୍ଗି ପ୍ରଥମ , ବବିତା ମାରଦା ଦ୍ୱିତୀୟ ଏବଂ କିଶୋରୀ ଦୁସୁରା ବାରିକ ତୃତୀୟ , ନୃତ୍ୟରେ ରାଜଲକ୍ଷ୍ମି ହନ୍ତାଳ ଏବଂ ହର୍ଷିତା ଗୁଣ୍ଠା ପ୍ରଥମ , ଅଞ୍ଜଳୀ ପାଙ୍ଗି ଏବଂ ପ୍ରମୋଦିନୀ ନାୟକ ଦ୍ୱିତୀୟ , ଗିତାଞ୍ଜଳୀ କାନ୍ତେରୀ ଏବଂ ଯୋସ୍ନାରାଣୀ ଖରା ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ରାଜଶ୍ରୀ କୁମାରୀ ବିଶ୍ୱାଳ , ଯୋସ୍ନାମୟୀ ସାହୁ , ଅଧ୍ୟାପକ ଶେଷଦେବ ବାରିକ , ବୈଲୋଚନ ରଣା , ଅଶୋକ ନାୟକ ଶିକ୍ଷା ବିଭାଗର ଡେମୋନେଷ୍ଟ୍ରେଟର ସୁଧାଶୁଂ ଭୂଷଣ ଜେନା , ଲାଇବ୍ରେରିଆନ ସଞ୍ଜୟ କୁମାର ପରିଡା ବିଭିନ୍ନ ପ୍ରତିଯୋଗିତା ଗୁଡିକର ଦାୟୀତ୍ୱରେ ରହି ସୁପରିଚାଳନା କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ଅଶୋକ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ହୃଷିକେଶ ପ୍ରଧାନ , ଅନିଲ କୁମାର ଖିଲ , ମନୋଜ କୁମାର ଦାସ , ତୋଟାପାଡିଆ ଯିନୁ , ଫକିର ମୋହନ ପଣ୍ଡା , ଦଇମତି ଗୁଣ୍ଠା ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ରାଜନୀତି ବିଜ୍ଞାନର ଅଧ୍ୟାପକ ସରୋଜ ରଞ୍ଜନ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧ୍ୟାନରେ ପରିଚାଳିତ ହୋଇଥିଲା ।