Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଲଦିପାଲି ନାମଯଜ୍ଞ ସମାପନ

ବରପାଲି:ବରପାଲି ବ୍ଳକ ହଲଦିପାଲି ଗ୍ରାମରେ ଆୟୋଜିତ ୨୪ ପ୍ରହରି ନାମଯଜ୍ଞ ଉତ୍ସବ ସମାପନ ହୋଇଯାଇଛି। ବୁଧବାର ଅପରାହ୍ନରେ ଯଜ୍ଞ ଅନୁଷ୍ଠାନର ପୂର୍ଣ୍ଣାହୁତୀ ପର୍ବ ପାଳିତ ହେବା ସହିତ ନଗର ସଂକିର୍ତ୍ତନ ମଣ୍ତଳି ପରିକ୍ରମାରେ ବାହାରିଥିଲେ। ରବିବାର ପୂଜାକର୍ତ୍ତା ଜଗନ୍ନାଥ ଭୋଇ ଓ
ଧର୍ମପତ୍ନୀ ମୌସମି ଭୋଇ ପଣ୍ତିତ ଭୀମସେନ ପଣ୍ତାଙ୍କ ସମେତ ଆଚାର୍ଯ୍ୟ ସୀତାରାମ ତ୍ରିପାଠୀ,ଗୋବର୍ଦ୍ଧନ ପୂଝାରୀ ଓ ଗଣନାଥ ପୂଝାରୀ ପ୍ରମୁଖଙ୍କ ସହାୟତାରେ ଯଜ୍ଞକାର୍ଯ୍ୟରେ ଆହୂତୀ ପ୍ରଦାନ ସହ ପୂଜାର୍ଚ୍ଚନା କାର୍ଯ୍ୟରେ ସାମିଲ ହୋଇଥିଲେ।

ଯଜ୍ଞରେ କେନ୍ଦୁଗୁଡିଆ,ଖର୍ସଲ,ଯୁଗିମଠ,ବୁରୋମୁଣ୍ଡାଦଳ ମାନଙ୍କ ସହ ସ୍ଥାନିୟ ସଂକିର୍ତ୍ତନ ଦଳମାନେ ସାମିଲ ହୋଇଥିଲେ। ଗତ ରବିବାର ପୂଜାକର୍ତ୍ତା ଦମ୍ପତ୍ତିଙ୍କ ସହିତ ଗ୍ରାମର ଶତାଧିକ ପୁରୁଷ ମହିଳା ନଗର ପରିକ୍ରମା ମାଧ୍ୟମରେ କଳସ ଶୋଭାଯାତ୍ରାରେ ବାହାରିଥିଲେ। ପୂର୍ଣ୍ଣକଳସ ମାନ ପଣ୍ତିତ ଓ ଆଚାର୍ଯ୍ୟ ମାନଙ୍କ ଦ୍ବାରା ସିଦ୍ଧିକାର୍ଯ୍ୟ ସମ୍ପର୍ଣ୍ଣ ପରେ ପୂଜାମଣ୍ତପ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ବିଧି ବିଧାନ ଅନୁଯାୟୀ ପଣ୍ଡିତ ଓ ଆଚାର୍ଯ୍ୟ ମାନଙ୍କ ସହାୟତାରେ ପୂଜାକାର୍ଯ୍ୟ ଆରମ୍ଭ ହୋଇ ନାମ ସଂକିର୍ତ୍ତନ ପୂର୍ଣ୍ଣାହୂତୀ ପର୍ବର ସମାପନ ହୋଇଥିଲା। ପରିଚାଳନାରେ ଲାଲବିହାରି ରଣା, ପିତାମ୍ବର ଭୋଇ,କିଶୋର ଭୋଇ, ସୁରେନ୍ଦ୍ର ଭୋଇ,ବିଜୟ ପଧାନ, ପ୍ରେମରାଜ ଭୋଇ,ଶୁଭମ ଭୋଇ, ପଚାଂନନ ପଧାନ,ତରଣି ଛତ୍ରିଆଙ୍କ ସହ ଗ୍ରାମ ନାମଯଜ୍ଞ ପୂଜାକମିଟି କାର୍ଯ୍ୟକର୍ତ୍ତା ମାନେ ସହାୟତା କରିଥିଲେ।