Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତା କୁ ନେଇ ବାଇକ ଶୋଭାଯାତ୍ରା

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ରାଜ୍ୟରେ ମୋହନ ସରକାରଙ୍କ ପକ୍ଷରୁ ତିନିଦିନ ଧରି ବିକାଶ ମେଳା ତଥା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବା ବେଳେ ରବିବାର ବାଲିଗୁଡା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ବାଇକ ରାଲି ଅନୁଷ୍ଠିତ ହୋଇଛି । ଦଣ୍ଡପଦର ପେଟ୍ରୋଲ ପମ୍ପ ନିକଟରୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେବା ସହ ସହର ପରିକ୍ରମା କରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପର୍ଯ୍ୟନ୍ତ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଢ଼ା ହୋଇଥିବା ରାଜ୍ୟ ସରକାରଙ୍କ ଶହେ ଦିନର ହିସାବ ରଖିଥିଲେ। ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି କରାଯିବା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା, ୮o ବର୍ଷରୁ ଅଧିକ ବୟସର ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ଭତ୍ତା ରାଶି ୩ ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ସମ୍ପର୍କରେ ଗାଁ ଗାଁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ କହିଥିଲେ । ଏଥିସହ ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ।ଏହି ବିକାଶ ମେଳା ବାଇକ ଶୋଭାଯାତ୍ରା ରେ ବରିଷ୍ଠ ବିଜେପି ନେତା ଦିଗାମ୍ବର ପାଣିଗ୍ରାହୀ ,ରଞ୍ଜିତ ଚୌଧୁରୀ ,ସୁରେନ୍ଦ୍ର ପାତ୍ର ,ସୂର୍ଯ୍ୟ କାନ୍ତ ନାୟକ ,କ୍ଷମା ସାଗର ପ୍ରଧାନ ,ଅଭୟ ପାତ୍ର ,ବିରେନ୍ଦ୍ର ସାହୁ ,ସୁଶାନ୍ତ ସାହୁ ,ପୁରୁଷୋତ୍ତମ ଡାକୁଆ ,ଭରତ ମଲ୍ଲିକ ,ନକୁଳ ମଲ୍ଲିକ,ଇନ୍ଦ୍ର ମଣି ପାତ୍ର ,ପିଶୁ ମଲ୍ଲିକ,ଗଦାଧର ନାୟକ ,ସୁଶାନ୍ତ ମଲ୍ଲିକ ,ବଳରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।