Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନାଲ ପାଣି ବନ୍ଦ ଅବଧି ବଢାଇବା ପାଇଁ କେନାଲ ଏସଡିଓଙ୍କୁ ଦାବୀପତ୍ର

ଅତାବିରା- ଅତାବିରା କେନାଲ ଉପବିଭାଗ ରେଂଗାଲିକେମ୍ପ ଅଧିନ ସେଂଚାଚଳରେ ମେ ୧ ତାରିଖରେ କେନାଲ ପାଣି ବନ୍ଦ କରିବା ଓ ଜୁନ ୩୦ ତାରିଖରେ ପାଣି ପାଇଁ ବୁର୍ଲା ଜଳସଂପଦ ବିଭାଜନ ଅଧିକ୍ଷଣଯନ୍ତୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ୧ ତାରିଖ ଅତାବିରା ବ୍ଲକ ଅଂଚଳରେ କେନାଲପାଣି ବନ୍ଦ ହେଲେ ଚାଷୀମାନଙ୍କ ଧାନଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ୮଼୦ ପ୍ରତିଶତ ଧାନଫସଲରେ ପାଣିର ଆବଶ୍ଯକତା ରହିଛି ତେଣୁ ପାଣି ବନ୍ଦ କରିବାରର ଅବଧି ଆଉ ୧୦ ଦିନ ବଢାଇଲେ ଚାଷୀମାନେ ଉପକୂତ ହେବେ ବୋଲି ଆଜି ଓଡିଶା ରାଜ୍ଯ କୂଷକ ସଂଗଠନର ସଭାପତି ବୀରେନ୍ଦ୍ର କରକଂ ନେତୃତ୍ବରେ ଚାଷୀମାନେ ରେଂଗାଲିକେମ୍ପ କେନାଲ ଏସଡିଓ ରବିନ୍ଦ୍ର କୁମାର ସେଟିକୁ ଦାବୀପତ୍ର ପ୍ରଦାନ କରିଛନ୍ତି ଦାବୀପତ୍ର ଦେବା ସମୟରେ ଓଡିଶା ରାଜ୍ଯ କୂଷକ ସଂଗଠନର ସଂପାଦକ ସୁରେଶ କର୍ଣ୍ଣ, ସଂଗଠନର ଉପଦେଷ୍ଟା ସଦସ୍ଯ ସୁରେନ୍ଦ୍ର ସ୍ବାଇଁ, ସଦସ୍ଯ ସୁବାସ ବିଶ୍ବାଲ, କୀର୍ତ୍ତନ ବିଶ୍ବାଲ, ଦଶରଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।