Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା କରଣ ସମାଜ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ।

ପାରଳାଖେମୁଣ୍ଡି:୨୩/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ରବିବାର ଦିନ ଦଶଟା ବେଳେ ଗଜପତି କରଣ ସମାଜର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ବିଦ୍ୟାର୍ଥୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଗଜପତି କରଣ ସମାଜର ଉପଦେଷ୍ଟା ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସଂଯୋଜନାରେ ସଭାପତି ଶ୍ରୀ ଭେଙ୍କେଟେଶ୍ୱର୍ ପଟନାୟକଙ୍କ ସଭାପତିତ୍ବରେ ମୁଖ୍ୟ ସମ୍ପାଦକ ଶ୍ରୀ ଅମିତ କୁମାର ପଟ୍ଟନାୟକ, ସମ୍ପାଦିକା ଅରୂପଞ୍ଜଳି ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ ହରି ମୋହନ ପଟ୍ଟନାୟକ ଙ୍କ ସହ ଅନ୍ୟ ଅତିଥି ଜଜ୍ ମାନେ ମଞ୍ଚସ୍ଥ ହୋଇ ଆଜିର ପ୍ରତିଯୋଗୀତା ସମର୍କରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଦୁଇ ବର୍ଗଙ୍କ ପାଇଁ ଚିତ୍ରାଙ୍କନ, ତର୍କ ଏବଂ ଶାସ୍ତ୍ରୀୟ ଗୀତ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଏଥିରେ ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ବିଭାଗ ନିମନ୍ତେ ମା ପାଈଁ ଗଛଟିଏ ବିଷୟ ଉପରେ ଆଦର୍ଶ ମାଳି ଗାନ୍ଧୀ ( ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)ଦ୍ଵିତୀୟ ଗୌତମ ଶବର ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ଵପ୍ନ।ରାଣୀ ଗମାଙ୍ଗ ସେଞ୍ଚୁରିଆନ ପବ୍ଲିକ ସ୍କୁଲ,ତୃତୀୟ ଶୁଭଶ୍ରୀ ସାହୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରସ୍ୱର୍ଣ୍ଣ ଲକ୍ଷ୍ମୀ ବେହେରା ସେଞ୍ଚୁରିଆନ ପବ୍ଲିକ ସ୍କୁଲ,ସିନିୟର୍ ନିମନ୍ତେ ସନ୍ଧ୍ୟା କଳିନ ପଲ୍ଲୀର ଦୃଶ୍ୟ ବିଷୟ ବସ୍ତୁ ଉପରେ ପ୍ରଥମ ଏରିଶ୍ମିତ ମଣ୍ଡଳ ମହେନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଦ୍ଵିତୀୟ ତୁଙ୍ଗାନି ହର୍ଶ ମହେନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସୁଧାଂଶୁ ଶେଖର ବିଶୋଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ତୃତୀୟ ବିଶ୍ୱଜିତ୍ ପଲେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଆଲିକାଳ ଭୂୟାଁ ଗାନ୍ଧୀସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସେହିପରି ତର୍କ ପ୍ରତିଯୋଗିତାରେ ଜୁନିଅର୍ ନିମନ୍ତେ ମୋ ଜୀବନ ର ଲକ୍ଷ୍ୟ ବିଷୟ ବସ୍ତୁ ଉପରେପ୍ରଥମ – ତନିଷ୍କା ଦାସ (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ଵିତୀୟଏଲ.ସୌମ୍ୟା ଶୁଭ ଦର୍ସନି ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୃତୀୟଅଙ୍କିତା ରାଇକା ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଜସ୍ମିନ ବରାଡ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟସାୟୀ ସ୍ନିଗ୍ଧା ପଟ୍ଟନାୟକ କେନ୍ଦ୍ରୀୟ ବିଦ୍ୟାଳୟଏବଂ ତର୍କ ସିନିୟର୍ ବର୍ଗ ପାଇଁ ବାସ୍ତବରେ ମୁଁ ସ୍ବାଧିନ କି?ବିଷୟ ବସ୍ତୁ ଉପରେ ପ୍ରଥମ ସ୍ନୋୟୀ ଯୋଷିକା ଦାସ ସେଞ୍ଚୁରିଆନ ପବ୍ଲିକ ସ୍କୁଲଦ୍ଵିତୀୟ – ଏଲ ପ୍ରଜ୍ଞା ପ୍ରିୟ ଦର୍ଶିନୀ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୃତୀୟକ୍ରିଷ୍ଣା କୁମାରୀ ରାଉତ ବର୍ଶିତା ଦାସ,ଅରୂପା ପଣ୍ଡା ସେହିପରି ଶାସ୍ତ୍ରୀୟ ଗୀତ ପ୍ରତିଯୋଗୀତା ସିନିୟର୍ ବର୍ଗ ଗୋପାଳ କୃଷ୍ଣ ପଦ୍ୟାବଳୀ ରେ ପ୍ରଥମ – ନୟନା ପଟ୍ଟନାୟକ ଦ୍ଵିତୀୟ ଅଂଶୁମାନ ଶତପଥୀ, ନିକିତା ପାଣିଗ୍ରାହି ତୃତୀୟ ଅର୍ଚ୍ଚନା ରଥ ଏବଂ ଜୁନିଅର ବର୍ଗ ରେ ପ୍ରଥମ ଆଦିତ୍ୟ କୁମାର ପାଢୀ ଦ୍ଵିତୀୟ ସଲିଲ କୁମାର ମହାନ୍ତିତୃତୀୟ ସୂଜଲ କୁମାର ମହାନ୍ତିରାସେଶ୍ୱରୀ ପଣ୍ଡାପ୍ରମୁଖ କୃତି ହାସଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ନେତ୍ରାନନ୍ଦ ପଟ୍ଟନାୟକ ମତାଙ୍ଗିନି ଗୁରୁ,ଦେବୀ ପ୍ରାସାଦପଟ୍ଟନାୟକଙ୍କ ସହ ଅନ୍ୟ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories