Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋ ବାଇକ୍ ଧକା ଜଣେ ମୃତ ଦୁଇ ଗୁରୁତର

ନାରାୟଣପାଟଣା ୨୬/୦୪ : ଅଟୋ ସହ ଏକ ବାଇକ ଧକ୍କା ହେବାରୁ ଅଟୋରେ ଯାଉଥିବା ଜଣେ ମହିଳା ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି।ମୃତକ ସିଲାବାଡୀ ଗ୍ରାମର ସିରିକା ମେଲେକା(୨୦) ବୋଲି ଜଣାପଡିଛି।
ବନ୍ଧୁଗାଁ ବ୍ଲକ ର ସିଲାବାଡି ଗ୍ରାମରୁ ଜାଡ଼ାବା ଗ୍ରାମକୁ ଏକ ଭୋଜୀ କାର୍ଯ୍ୟରେ ଯୋଗଦେବାକୁ ୪ଜଣ ଏକ ଅଟୋରେ ଯାଉଥିବା ବେଳେ ବଡ ମାଥୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ଅଟୋ ରେ ଯାଉଥିବା ବନ୍ଧୁଗାଁ ବ୍ଲକ ଚାଷୀମୁଲିଆ ସଂଘର ସଭାନେତ୍ରୀ କଣ୍ଡାଗୋରି ପାଇଡାମ୍ମା ଓ ବାଇକ ଚାଳକ ରାଜୁ ପିଡିକା ଗୁରୁତର ଆହତ ହୋଇଥିବା ବେଳେ ପାଇଡାମାଙ୍କୁ ପାର୍ବତୀପୁର ପଠାଜାଇଛି।ଅନ୍ୟପଟେ ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଆମ୍ବୁଲାନ୍ସ ନଥିବାରୁ ଗୁରୁତର ରାଜୁଙ୍କୁ କୋରାପୁଟ ସ୍ଥାନାନ୍ତର କରିବାରେ ଅସୁବିଧା ଉପୁଜିଥିଲା।ଫଳରେ ଏକ ମହୋସ୍ଛବରେ ଯୋଗ ଦେବାକୁ ଜାଇଥିବା ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଡାକ୍ତରଖାନାରେ ପହଁଚି ଲକ୍ଷ୍ମୀପୁର ଠାରୁ ବେଦାନ୍ତର ଆମ୍ବୁଲାନ୍ସ ଡାକି ତେଲ ପକାଇ ତାଙ୍କୁ କୋରାପୁଟ ପଠାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ