କତରବଗା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ


ଝାରସୁଗୁଡା ୨୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା କ୍ଲଷ୍ଟର ସ୍ତରୀୟ ୪ର୍ଥ ତମ ମାସିକ ବୈଠକ ଦର୍ରିଢିପା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ନିଳାମ୍ବର ଅର୍ଗଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କତରବଗା କ୍ଲଷ୍ଟର ଅଧୀନସ୍ଥ ମୋଟ ୧୧ ଟି ବିଦ୍ୟାଳୟ ମଧ୍ୟରୁ ୧୦ ଜଣ ପ୍ରଧାନ ଶିକ୍ଷକ ଓ ୧୦ ଜଣ ଏଫଏଲଏନ ଶିକ୍ଷକ ଯୋଗଦାନ କରିଥିଲେ । ପ୍ରଥମେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଦର୍ଶନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର ନମୁନା ପାଠ ଯୋଜନା,ମାନ ନିର୍ଦ୍ଧାରଣ,ଜାତୀୟ ଉପଲବ୍ଧି ପରିକ୍ଷଣ ପାଇଁ ପ୍ରସ୍ତୁତି,ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ,ପ୍ରାଥମିକ ସ୍ତରରେ ମୌଳିକ ଓ ସାକ୍ଷରତା ଆଦି ବିଷୟରେ ସିଆରସିସି ଶ୍ରୀ ଅର୍ଗଳ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଦର୍ରିଢିପା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ପଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ ।