Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁର୍ବତନ ମୂଖ୍ଯମନ୍ର୍ତୀ ହେମାନନ୍ଦ ବାବୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ବରପାଲି:ପୁର୍ବତନ ଓଡିଶା ମୁଖ୍ୟମନ୍ତ୍ରୀ ତଥା ତ୍ୟାଗ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷାକ ସ୍ଵର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବୂର୍ଲା ତ୍ୟାଗ ଓ ଇନ୍ଦିରା କ୍ଲବ ପକ୍ଷରୁ ରକ୍ତ ଭଣ୍ଡାର ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ ମାଧ୍ଯମରେ ୧୧୯ ଜଣ ରକ୍ତଦାତା ରକ୍ତଦାନ ପୁର୍ବକ ସ୍ଵର୍ଗତ ବିଶ୍ବାଳଙ୍କୁ ଭାବମୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ସମୟରେ ଉପସ୍ଥିତ ଶତାଧିକ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ତ୍ୟାଗ ଓ ଇନ୍ଦିରା କ୍ଲବ ପ୍ରତିଷ୍ଠାତା ସଭାପତି ୧୦୫ ତମ ରକ୍ତଦାନ ମାଧ୍ଯମରେ ଶିବିରକୁ ଉଦଘାଟନ କରିଥିଲେ। ସ୍ଵର୍ଗତ ବିଶ୍ବାଳଙ୍କ ଧର୍ମପତ୍ନୀ ବିଶିଷ୍ଟ ସମାଜ ସେବୀକା ଉର୍ମିଳା ବିଶ୍ବାଳ ମୂଖ୍ୟଅତିଥି ରୂପେ ଯୋଗ ଦେଇ ଆୟୋଜକ ତଥା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସର୍ଗତଃ ବିଶ୍ବାଳଙ୍କ ତିନି କନ୍ୟା ଛବି, ସୁନିତା ଓ ଅମିତା ବିଶ୍ବାଳ ସ୍ଵତନ୍ର୍ତ ଅତିଥି ରୂପେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହ ପ୍ରଦାନ ସହିତ ସମ୍ମାନିତ କରିଥିଲେ। ବୁର୍ଲା ରକ୍ତଭଣ୍ଡାର ସମ୍ମିଳନୀ କକ୍ଷରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ଵର୍ଗତ ବିଶ୍ବାଳଙ୍କ ସ୍ମୃତି ଚାରଣ ଅବସରରେ ତାଙ୍କ ସମଭାବ ପର୍ଣ୍ଣତା,ମାନବିୟ ଗୁଣ,ସମାଜସେବା, ଦରଦି ମନୋଭାବ, ଚିନ୍ତାଧାରା ସମ୍ପର୍କିତ ବିଷୟ ଉପରେ ଆଲୋଚନା ସହ ଶ୍ରଦ୍ଧାସୂମନ ଅର୍ପଣ କରାଯାଇଥିଲା ! ତ୍ୟାଗ ସଭାପତି ଦୁର୍ଗା ପାଢୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ୪୧ ଜଣ ବରିଷ୍ଠ ପ୍ରତିଭା ସମ୍ପର୍ଣ୍ଣ ସମାଜସେବୀ ତଥା ସ୍ୱେଚ୍ଛାସେବୀ ମାନଙ୍କୁ *ହେମାନନ୍ଦ ବିଶ୍ବାଳ ସ୍ମାରକୀ ସମ୍ମାନରେ* ଉତ୍ତରିୟ ଓ ମାନପ୍ରଦାନ ଶୈଳିରେ ସମ୍ବର୍ଦ୍ଧିତ କରା ଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ଯରୁ ପୁର୍ବତନ କୁଳପତି ପ୍ରଫେସର ସାଧୁ ଚରଣ ପଣ୍ଡା,ପୁର୍ବତନ କୁଳପତି ପ୍ରଫେସର ଆଦିତ୍ଵ ପ୍ରସାଦ ପାଢ଼ୀ, ବରିଷ୍ଟ ସାମ୍ୱାଦିକ ହେମନ୍ତ ମହାପାତ୍ର, ବୁର୍ଲା ମେଡିକାଲ କଲେଜ ପୁର୍ବତନ ଅଧକ୍ଷ ଡାକ୍ତର ପ୍ରଫେସର ବ୍ରଜ ମୋହନ ମିଶ୍ର, ଡାକ୍ତର ପ୍ରଫେସର ପ୍ରଦୀପ କୁମାର ମହାନ୍ତି, ଡାକ୍ତର ସୁଶାନ୍ତ କର, ପ୍ରଫେସର୍ ସଂଜତ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ହିମାଂଶୁ ଠାକୁର, ଗଗନ ବିହାରୀ ଗଡନାୟକ ଓ ଯତୀନ୍ଦ୍ର ମୋହନ ପଣ୍ଡା, ଡ ସଞ୍ଜୟ ପଟ୍ଟନାୟକ, ଡ ସରୋଜ ଦେବତା, ତ୍ୟାଗ ବରିଷ୍ଠ ପୃଷ୍ଠପୋଷକ ଇଂଜିନିୟର ଶିବ ପ୍ରସାଦ ପାଢ଼ୀ, ବରିଷ୍ଠ ଆଇଜୀବୀ ପ୍ରମୋଦ ଦାସ ଓ ସୁରେଶ୍ଵର ମିଶ୍ର,ବରିଷ୍ଠ ସମାଜସେବୀ ଚକ୍ରଧର ଚଇନି, ଗୁଡୁ ଉପଲ, ସନ୍ତୋଷ ରାଉତ, ସମାଜସେବୀ ମୁକୁନ୍ଦ ଦାସ, ବରିଷ୍ଠ ରକ୍ତଦାତା ତପନ ସେଠୀ,ଲାଲୁ ବିଶ୍ବାସ, ଦଶରଥ ଦାସ, ବିରଞ୍ଚି ମହାପାତ୍ର, ଗୋବର୍ଦ୍ଧନ ଗଉଡ,ସରୋଜ ତ୍ରିପାଠୀ,ଗିରିଜା ନାୟକ,ଉଦଘୋଷିକା ମିତା ପଟ୍ଟନାୟକ, ପୁର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ରନଜୀ କ୍ରିକେଟ ଖେଳାଳି ସମାଜସେବୀ ସିଣ୍ଡିକେଟ ସଭ୍ୟ ସବିର ହୁସେନ, ପୁର୍ବତନ ସିନେଟ୍ ସଭ୍ୟ ରକ୍ତଦାତା ଅରୁଣ କୁମାର, ହରଦୀପ ସିଂ, ପ୍ରକାଶ ଶତପଥୀ ଓ ନାମିତ ଦାଶ , ପ୍ରଫେସର ବୁଲୁ ମହାରଣା, ଡ ରଶ୍ମୀ ପରମାଣିକ ପ୍ରମୁଖ ଙ୍କୁ ଉତ୍ତରୀୟ ପ୍ରଦାନ କରି ମୁଖ୍ୟଅତିଥି ଶ୍ରୀମତୀ ବିଶ୍ବାଳଙ୍କ ଦ୍ବାରା ସମ୍ମାନୀତ କରାଯାଇଥୀଲା। ତ୍ୟାଗର ବରିଷ୍ଟ ଉପସଭାପତି ଡ଼ ସନ୍ତୋଷ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ