Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ସହରରେ ଦୋକାନହୋଟେଲ ଉପରେ ୩ଟି ବିଭାଗର ଅଚାନକ ଚଢ଼ାଉ.୨୫ହଜାର ଟଙ୍କା ଜୋରିମାନା ଆଦାୟ

ପାରଳାଖେମୁଣ୍ଡି:୨୬/୯(ଗରୁଡ଼ ଧ୍ୱଜ ଚୌଧୁରୀ)ଆଜି ଗଜପତି ଜିଲ୍ଳାର କାଶୀନଗର ବ୍ଲକ ର କାଶୀନଗର ସହର ମଧ୍ୟରେ ଥିବା ବିଭିନ୍ନ ହୋଟେଲ ଓ ଦୋକାନ ମାନଙ୍କ ଉପରେ ମିଳିତ ଭାବେ ତିନୋଟି ବିଭାଗ ଚଢ଼ାଉ କରି ଜରିମାନା ପକାଇ ଛନ୍ତି. ଖାଦ୍ୟ ଯାଞ୍ଚ ବିଭାଗର ଅଧିକାରୀ ତପସ୍ୱିନୀ ବେହେରା, ଓଜନ ଓ ମାପ ନିରୀକ୍ଷଣ ଅଧିକାରୀ ଘନଶ୍ୟାମ ମୁଣ୍ଡା, ଏ ଏସ ସି ଏସ ଓ ବିଷ୍ଣୁ ଚରଣ ପରିଡା ଓ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଶୁଭେନ୍ଦୁ ପାଣିଗ୍ରାହୀ ମିଳିତ ଭବେ କିଛି ମିଠା ଦୋକାନ,ହୋଟେଲ ଓରେସଟୁରେଣ୍ଟ,ମାଂସ ଦୋକାନ ବୁଲି ଯାଞ୍ଚ କରିବା ପରେ ରନ୍ଧନ ଗ୍ୟାସ ଦୋକାନ କୁ ମଧ୍ୟ ଯାଞ୍ଚ କରି ଥିଲେ. ଯାଞ୍ଚ ଅଧିକାରୀ ମାନେ ଆସିବା କୌଣସି ସୂତ୍ରରୁ ଖବର ପାଇ କାଶୀନଗର ବସ ଷ୍ଟାଣ୍ଡ ମୁଖ୍ୟ ବଜାର ଓ ଫୋରେଷ୍ଟ ଛକ ର ପ୍ରାୟ ବବଡ ବଡ ଦୋକାନ ମାନ ବନ୍ଦ ଥିଲା. ଯାଞ୍ଚ ସମୟରେ ହୋଟେଲ ମାଙ୍କରେ ସ୍ଵଛତା, କମେରସିଇଲ ରନ୍ଧନ ଗ୍ୟାସ ବ୍ୟବହାର ଓ ବ୍ୟବହୃତ ହେଉଥିବା ସାମଗ୍ରୀ ମାନ ଠିକ ଅଛି ନା ନାହିଁ ସେ ସବୁ ନିରୀକ୍ଷଣ କରିଥିଲେ. ଏସ ସି ଏସ ଓ ବିଷ୍ଣୁ ଚରଣ ପରିଡା ଯାଞ୍ଚ ସମୟରେ କିଛି ଦୋକାନ ଉପରେ ଜରିମାନା ପକାଇ ପ୍ରାୟ ୨୫ ହଜାର ଟଙ୍କାର ଫାଇନ ଆଦାୟ ହୋଇଥିବା ସୂଚନା ଦେଇଥିଲେ.
ସେହିପରି ୬ ନମ୍ବର ୱାର୍ଡର ଡୀଲ୍ଲର ଶ୍ରୀନିବାସ ରାଓଙ୍କ ଗୋଦାମ ଗୃହ ଉପରେ ଚଡାଉ କରି ଚାଉଳ ଓ ମାଣ୍ଡିଆ ଜବତ କରିଛନ୍ତି ।ଉକ୍ତ ଡୀଲ୍ଲର ଗୋଦାମ ଗୃହ ନାମରେ ଅଭିଯୋଗ ପୂର୍ବରୁ ଥିଲା.ଡିଲ୍ଲର ଗୋଦାମ ଗୃହର ଚାବି ନ ଦେବାରୁ ଗୋଦାମ ତାଲା ଭାଙ୍ଗି ବେଆଇନ ଗଛିତ ଥିବା ଚାଉଳ ମାଣ୍ଡିଆ କୁ ଜବତ କରି ଗୋଦାମ ସିଲ କରିଥିଲେ। ଏଵଂ ଡିଲ୍ଲର ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories