Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଜନନୀ ଯନ୍ତ୍ରଣା ଖାଲଖମା ବିପଦପୂର୍ଣ୍ଣ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟରେ ଗର୍ଭବତୀ ପ୍ରସବ କଲେ

ପାରଳାଖେମୁଣ୍ଡି:୨୬/୯ (ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖାଦେଇଛି. ଖାଲଖମା ବିପଦପୂର୍ଣ୍ଣ ରାସ୍ତାରେ ଡାକ୍ତରଖାନାକୁ ନେଉଥିବା ବେଳେ ଅଧା ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟରେ ଗର୍ଭବତୀ ମହିଳା ପ୍ରସବ କରିଛନ୍ତି. ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବଡସିନ୍ଧବା ପଞ୍ଚାୟତ ଚଡିଆପଦା ଗାଁରେ. ଗାଁର ଦୀପାଞ୍ଜଳି ନାମକ ଏକ ମହିଳାଙ୍କୁ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା. ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଏବଂ ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ଗାଁରେ ପହଞ୍ଚି ମହିଳାଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ବେଳେ ବିପଦପୂର୍ଣ୍ଣ ଖାଲଖମା ରାସ୍ତାରେ ବାଲିପଙ୍କ ଗାଁ ନିକଟରେ ଗର୍ଭବତୀ ମହିଳା ଜଣକ ଅଧା ରାସ୍ତାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ. ପରେ ମା ଓ ଶିଶୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେହି ଆମ୍ବୁଲାନ୍ସରେ ନିଆ ଯାଇଥିଲା. ସେଠାରେ ଉଭୟ ଚିକିତ୍ସିତ ହୋଇଥିଲେ. ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories