Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଳା କାଶୀନଗର ଏନ.ଏ.ସିର ୯ ନମ୍ବର ୱାର୍ଡ ଗୁପିଡିଏସ୍ ଚାଉଳ କଳାବଜାର ଚାଉଳ ଓ ମାଣ୍ଡିଆ ପ୍ୟାକେଟ ଜବତ

ପାରଳାଖେମୁଣ୍ଡି:୨୬/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର କାଶୀନଗର ଏନ୍‌ଏସି ୱାର୍ଡ ନଂ ୯ର ଡିଲର ଆର. ଶ୍ରୀନିବାସ ରାଓ ସରକାରୀ ପିଡିଏସ ଚାଉଳକୁ କଳାବଜାରରେ ବିକ୍ରି କରୁଥିବା ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଏନେଇ ଗଜପତି ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ ହେବା ପରେ ଚଢ଼ାଉ କରାଯାଇ ବହୁ ପରିମାଣରେ ଚାଉଳ ଓ ମାଣ୍ଡିଆକୁ ଜବତ କରାଯାଇଥିବା ସୂଚନା ମିଳିଛି. ଏହି ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ବିଜୟ କୁମାର ଦାଶ ଉପଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ନିର୍ଦ୍ଦେଶ ପରେ ଯୋଗାଣ ବିଭାଗ ଦ୍ବାରା ଚଢ଼ଉ କରାଯାଇଥିଲା. ଏଥିରେ ଏସିଏସଓ ବିଷ୍ଣୁ ଚରଣ ପରିଡ଼ା, ମାର୍କେଟିଂ ଇନ୍ସପେକ୍ଟର ଶୁଭେନ୍ଦୁ ପାଣିଗ୍ରାହୀଙ୍କ ଉପସ୍ଥିତରେ ବିଭାଗ ତରଫରୁ ଚଢ଼ଉ କରି ଡିଲରଙ୍କ ନିକଟରୁ ୧୫ଟି ୫୦ କିଲୋଗ୍ରାମ ଓଜନର ପିଡ଼ିଏସ ଚାଉଳ ପ୍ୟାକେଟ, ୧୫୨ଟି ୫୦ କିଲୋଗ୍ରାମ ମାଣ୍ଡିଆ ବସ୍ତା ଜବତ କରାଯାଇଥିବା ସୂଚନା ଦେଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories