Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏମସି କର୍ମଚାରୀ ଙ୍କ ସହ ବିଧାୟକ ଙ୍କ ସମୀକ୍ଷା।ଓଏମସି ଅନୁଦାନ ଶିକ୍ଷା ଓ ପାନୀୟ ଜଳ କୁ ଗୁରୁତ୍ୱ ଦେବାକୁ ଆହ୍ୱାନ…

ଲକ୍ଷ୍ମୀପୁର ୨୭/୦୯ ..ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଆଜି ଓଏମସି କାର୍ଯ୍ୟଳୟ ରେ କର୍ମଚାରୀ ମାନଙ୍କୁ ନେଇଁ ଏକ ସମୀକ୍ଷା ବୈଠକ କରିଛନ୍ତି । ବିଶେଷ କରି ଓଏମସି ଜରିଆରେ ଲକ୍ଷ୍ମୀପୁର କୋଡୀଙ୍ଗା ମାଳି ରୁ ଖଣି ଉତ୍ତଳୋନ କରି ବେଦାନ୍ତ କମ୍ପାନୀ କୁ ଗତ ସାତ ବର୍ଷ ହେଲା ଖଣି ପ୍ରଦାନ କରାଯାଉଛି, ତେଣୁ  ଏହି ଅଞ୍ଚଳ ର ବିକାଶ ଓ ଅବହେଳିତ ଗ୍ରାମ କୁ ବର୍ଷକୁ କେତେ ଟଙ୍କା ଓଏମସି ତରଫରୁ ପ୍ରଦାନ କରାଯାଉଛି, ଅଞ୍ଚଳର କେତେ ଯୁବକ ଆତ୍ମ ନିର୍ଭରଶିଳ ହୋଇପାରିଛନ୍ତି ସେ ବିଷୟ ରେ ଆଲୋଚନା କରିଛନ୍ତି। ଅଞ୍ଚଳ ରୁ ଖଣି ଖନନ  କରାଯାଉଛି ଠିକ କଥା, କାରଣ ପୂର୍ବ ସରକାର ଏନେଇଁ ଚୁକ୍ତି କରିଛନ୍ତି, ବର୍ତ୍ତମାନ ଖଣି ପ୍ରଭାବିତ ଅଞ୍ଚଳ ରେ ଯେଉଁ ପରିମାଣ ରେ ବିକାଶ ହେବା କଥା ସେତିକି ହୋଇ ନାହିଁ, ତେଣୁ ଆଗାମୀ ଦିନରେ ଲକ୍ଷ୍ମୀପୁର ବ୍ଳକ ରେ ଶିକ୍ଷା ର ଉନ୍ନତି ସହ ବ୍ଳକ ସଦର ମହକୁମାରେ ଡ୍ରେନେଜ ବ୍ୟବସ୍ତା ସୁଧାରିବା, ସୌନ୍ଦର୍ଯ୍ୟକରଣ କରିବା, ଆଲୋକ ବ୍ୟବସ୍ତା କରିବା ଓ ପାନୀୟ ଜଳ କୁ ଗୁରୁତ୍ୱ ଦେଇ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉ ବୋଲି ବିଧାୟକ ପବିତ୍ର ସାଉଁତା ପ୍ରକାଶ କରିଥିଲେ…
ଏନେଇଁ ଓଏମସି ପରିଚାଳନା ମ୍ୟାନେଜର ଲାଠି ପ୍ରଧାନ କହିଛନ୍ତି ବର୍ଷକୁ ପ୍ରାୟ ସାଢେ ତିନି କୋଟି ଟଙ୍କା ଓଏମସି ଜରିଆରେ ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରାଯାଉଛି, ଜିଲ୍ଲା ପ୍ରଶାସନ ବ୍ଳକ କୁ ଅନୁଦାନ ପ୍ରଦାନ କରୁଛି ଓ ପାରିପାର୍ଶ୍ଵିକ ଗାଁ ମାନଙ୍କ ରେ ବିଭିନ୍ନ ପ୍ରକାର ଉନୟନ କାର୍ଯ୍ୟ କରାଯାଉଛି,, ଆଗକୁ ବିଧାୟକ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେ ଗୁଡିକ ପ୍ରତି ଧ୍ୟାନ ଦିଆଯାଇ ବିକାଶ କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି, ଏତଦ ବ୍ୟତୀତ ପାଖାପାଖି ୪ କୋଟି ବ୍ୟୟରେ ନୂତନ ମାତୃ କେନ୍ଦ୍ର ସହ ୫ କୋଟି ବ୍ୟୟ ରେ ସାଙ୍ଗନା ଉଚ୍ଚ ବିଦ୍ୟାଳୟ ତିଆରି କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ସାଙ୍ଗନା ଉଚ୍ଚ ବିଦ୍ୟାଳୟ ରେ ଇନଫ୍ରାଷ୍ଟାକଚର ସକାଶେ ବର୍ତ୍ତମାନ ପୁଣି ଦେଢ଼ କୋଟି ରୁ ଉର୍ଧ୍ଵ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ସମୀକ୍ଷା ବୈଠକ ରେ
ମାଇନ୍ସ ଡିଜିଏମ ଏଚ କେ ବେହେରା, ଏସ ମାଝୀ, ଗାୟତ୍ରୀ ଯାନୀ,, ଏସଏଲ ତନ୍ତୀ, ଏମ ଏମ ରାଉତରାୟ, ରିତୁ ପ୍ରସାଦ ସଗରିଆ ପ୍ରମୁଖ ଓଏମସି କର୍ମଚାରୀ ରହିଥିବା ବେଳେ ବିଧାୟକ ଙ୍କ ସହ କୈଳାଶ ଖୋସଲା, ମଣ୍ଟି ଖରା ଙ୍କ ସମେତ ପାରିପାର୍ଶ୍ଵିକ ଅଞ୍ଚଳ ର ଲୋକେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ