Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡରୁ ଭଟଲି ଦେଇ ରାୟଗଡ ରେଳଲାଇନ ଦାବିକଲା ବରଗଡ ରେଳ ଉପଭୋକ୍ତା ସଂଘ

ଅତାବିରା -ଭଟଲିର ପ୍ରସିଦ୍ଧ ଚନ୍ଦନଯାତ୍ରାର ଅଷ୍ଟମ ରଜନୀରେ ରାଜଦରବାରକୁ ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘ ନିମନ୍ତ୍ରିତ ହୋଇଥିଲା। ସଂଘର ସଦସ୍ୟମାନଙ୍କୁ ରାଜଅତିଥି ରୂପେ ଯଥାରୀତି ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଞ୍ଚରେ ସଂଘର ସଭାପତି ପ୍ରଦୀପ ଦେବତା ସଂଘକୁ ନିମନ୍ତ୍ରଣ ଦେଇ ଗୌରବାନ୍ୱିତ କରିଥିବାରୁ ମହାରାଜ ହଂସକ ଓ ଡିମ୍ବକଙ୍କୁ ତଥା ଯାତ୍ରା କମିଟିକୁ ଧନ୍ୟବାଦ ଜଣାଇଥିଲେ।
ନିଜ ବଜ୍ତବ୍ୟରେ ଶ୍ରୀ ଦେବତା ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ। ଆମ ଅଞ୍ଚଳରୁ ସକାଳୁ ଭୁବନେଶ୍ୱର ପାଇଁ ତଥା ସିଧାସଳଖ ଦିଲ୍ଲୀ ପାଇଁ କୌଣସି ଟ୍ରେନ ନ ଥବାରୁ ଆଗାମୀଦିନରେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ସୂଚନା ଦେଇଥିଲେ।
ଅନେକଦିନର ଦାବି ବରଗଡ-ନୂଆପଡା ଭାୟା ପଦମପୁର ରେଳଲାଇନ ପାଇଁ ପଥ ପରିଷ୍କାର ହୋଇଥିବା ତଥା ଏଥିରେ ଆମ ରେଳ ଉପଭୋକ୍ତା ସଂଘ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କଥା ଜଣାଇଥିଲେ। କଥା ପ୍ରସଙ୍ଗରେ ଶ୍ରୀ ଦେବତା କହିଥିଲେ, ଯଦି ଅସମ୍ଭବ ଜଣାପଡୁଥିଵା ବରଗଡ ନୂଆପଡା ରେଳପଥ ସମ୍ଭବ ହୋଇପାରୁଛି, ତେବେ ବରଗଡ-ଭଟଲି-ରାୟଗଡ ରେଳପଥ କାହିଁକି ସମ୍ଭବ ହୋଇପାରିବ ନାହିଁ ? ବରଗଡ ରେଳ ଉପଭୋକ୍ତା ସଂଘ ଏହି ରେଳପ୍ରକଳ୍ପକୁ ଗମ୍ଭୀରତା ସହ ନେବ ଏବଂ ଆମେ ନ ହେଲେ ମଧ୍ୟ ଆମର ଆଗାମୀ ପିଢୀ ନିଶ୍ଚୟ ଏଠାରେ ରେଳଲାଇନ ଦେଖିବାକୁ ପାଇବେ ବୋଲି ସର୍ବସମ୍ମୁଖରେ ଘୋଷଣା କରିଥିଲେ।
ଆଜିର ଏହି ବିଶେଷ ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ପଣ୍ଡା, କମଳ ଯୋଷୀ, ଗୋପାଳ ଚନ୍ଦ୍ର ଦାଶ ଓ ଅଚ୍ୟୁତାନନ୍ଦ ବାରିକ ମଞ୍ଚରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ