ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତି ପାଇଁ କୋଟସମଲେଇ ରେ କଳସ ଶୋଭାଯାତ୍ରା


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଠାରେ ରଘୁନାଥ ଯୁବକ ସଂଘ ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣଜୟନ୍ତୀ ସମାରୋହ ପାଇଁ ଆଜି ଅପରାହ୍ନ ସମୟରେ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ପୋଖରୀରୁ କଳଶ ବୁଡାଇ କଳଶ ଶୋଭାଯାତ୍ରା ରେ ବାହାରିଥିଲେ। ତାପରେ ଗାଁ ରେ ପରିକ୍ରମା କରି ଦୁର୍ଗା ମଣ୍ଡପରେ କଳଶ ସ୍ଥାପନା କରଯାଇଥିଲା । ପ୍ରାୟ ୧୫୦ଜଣ ମହିଳା କଳଶ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏଥିପାଇଁ ଶିବ ମନ୍ଦିର , ଜଗନ୍ନାଥ ମନ୍ଦିର , ମାହେଶ୍ୱରୀ ମନ୍ଦିର , ରଘୁନାଥ ମନ୍ଦିର , ମହାମାୟୀ ମନ୍ଦିର , ଗାଁ ପନ୍ଥେଇ ଆଦି ଦେବାଦେବୀ ଙ୍କୁ ଦେବ ନିମନ୍ତ୍ରଣ କରାଯାଇଥିଲା।ଏଥିରେ ପୂଜକ ଭାବରେ ଦେବାର୍ଚ୍ଚନ ଦାଶ କାର୍ଯ୍ୟ ସମ୍ପାଦନ କରିଥିଲେ।ନାମସଂକୀର୍ତ୍ତନ , ଘଣ୍ଟ , ଶଙ୍ଖ, ହରିବୋଲ ହୁଳହୁଳି ମଧ୍ୟରେ ମାଙ୍ଗଳିକ ବାଦ୍ୟ ଢୋଲ , ମହୁରୀ , ନିଶାଣ ରେ ଗର୍ଜି ଉଠିଥିଲା ପରିବେଶ। ଆସନ୍ତାକାଲି ଠାରୁ ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଓ ସହସ୍ରାହୁତି , ଚଣ୍ଡିପାଠ , ଘୃତଯଜ୍ଞ ଅନୁଷ୍ଠିତ ହେବ । ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମୁଖ୍ୟ ଉପଦେଷ୍ଟା ରବିନାରାୟଣ ପାଣିଗ୍ରାହୀ , ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ , ସମ୍ପାଦକ ସତ୍ୟାନନ୍ଦ ମେଣ୍ଡିଲି ସହ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କଳଶ ଶୋଭାଯାତ୍ରା ମହାସମାରୋହରେ ପାଳିତ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।