କଳାହାଣ୍ଡି:୦୨/୧୦
ଆଜିର ଛାତ୍ର ଆଗାମୀକାଲିର ଭବିଷ୍ୟତ । ଏଣୁ ସେମାନଙ୍କୁ ସଦମାର୍ଗ ଦର୍ଶନ ଓ ସଦମାର୍ଗରେ ପରିଚାଳିତ କରିବାର ଉଦ୍ଦେଶ୍ୟରେ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି, ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ନିର୍ମାଣରେ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ଥିବାବେଳେ , ଶିକ୍ଷା ପ୍ରଭାରୀ ଡି.ବିଜୟା ଛାତ୍ର ଛାତ୍ରୀଙ୍କ ଉତ୍ତମ ଚରିତ୍ର ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଯୁବରାଜ ନାୟକ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନର ଗୁରୁତ୍ୱ ଓ ମହତ୍ତ୍ଵ ଉପସ୍ଥାପନା କରିଥିବା ବେଳେ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ବକ୍ତବ୍ୟରେ ନିଜନିଜ ଦୃଷ୍ଟିଭଙ୍ଗୀ ଓ ବିଚାରବୋଧର ଉପସ୍ଥାପନା କରିଥିଲେ। ବିଦ୍ୟାର୍ଥୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ବାପୁଜୀଙ୍କ ଶିକ୍ଷା ଓ ଆଦର୍ଶକୁ ନେଇ ଛାତ୍ର ଛାତ୍ରୀଙ୍କ ଦ୍ଵାରା କ୍ଷୁଦ୍ର ନାଟକ ଅଭିନୀତ ହୋଇଥିଲା । ଏହାସହ କବିତାପାଠ, ଏନ୍.ସି.ସି , ଜୁନିଅର ରେଡ କ୍ରସ୍ ବାଳିକା ବିଭାଗ ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଦ୍ୟାଳୟ ପରିସର ସଫେଇ ଏବଂ ଅଧ୍ୟାପକ କିରଣ ଦାସଙ୍କ ତତ୍ତ୍ଵାବଧାନରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ଵାରା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସପିଟାଲ ପରିସର ସଫେଇ କରାଯାଇଥିଲା ।କାର୍ଯ୍ୟକ୍ରମଟିକୁ ଏନ୍.ଦିବ୍ୟରଶ୍ମି, ଜ୍ୟୋତିପ୍ରୀୟା ପାଣିଗ୍ରାହୀ, ସାମନ୍ତ ବଗର୍ତ୍ତି ଓ ଅଲିପ୍ସା ବେହେରା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଥିଲା ।