Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀଳଗିରି କାଠ ବୋଝଇ ଟ୍ରକ ଓ ଯାତ୍ରୀ ବାହି ବସ ମୁହାଁମୁହିଁ ଧକ୍କା..୨୭ ଆହତ, ୫ଗୁରୁତ୍ୱର, ୧୪ ଜଣ ଙ୍କୁ କୋରାପୁଟ ସ୍ଥାନାନ୍ତର… ଟ୍ରକ ଡ୍ରାଇଭର ଙ୍କୁ ବାହାର କରିବାକୁ ଲାଗିଲା ୨ଘଣ୍ଟା..

ଲକ୍ଷ୍ମୀପୁର ୦୨/୧୦ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଡୁମୁରିପଦର୍ ବ୍ରିଜ ନିକଟରେ   ଏମଏସଏସବି ନାମକ ଯାତ୍ରୀବାହି  ବସ୍ ଓ    ଏକ  ନୀଳଗିରି କାଠ ବୋଝେଇ ଟ୍ରକ୍ ମୁହାଁ ମୁହିଁ ଧକ୍କା ହେବାରୁ ପ୍ରାୟ ୨୭ ଜଣ ଯାତ୍ରୀ ଆହତ ହୋଇଥିଲେ। ବୁଧବାର ସକାଳ ପ୍ରାୟ ସାଢେ ଆଠଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ଲକ୍ଷ୍ମୀପୁର ଥାନା ଆଇଆଇସି ସୁଜ୍ଞାନୀ ସାହୁ,ପୋଲିସ ଟିମ ଓ ଅଗ୍ନିଶମ ବିଭାଗ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ୨୧ ଜଣଙ୍କୁ   ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଡାକ୍ତରଖାନା  କୁ ପ୍ରାଥମିକ ଚିକିତ୍ସା ସକାଶେ  ୧୦୮ ଆମ୍ବୁଲାନ୍ସ ଓ ଲକ୍ଷ୍ମୀ ବସ ମାଧ୍ୟମରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପାସେଞ୍ଜେର ବସ ଟି ରାୟଗଡ଼ା ଜିଲ୍ଲା ଥେରୁବାଲି ରୁ  କୋରାପୁଟ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଜେକେ ପେପର ମିଲକୁ କାଠ ବୋଝେଇ ଟ୍ରକ ଯାଉଥିଲା।ଡୁମୁରିପଦର ନିକଟସ୍ଥ ଜାତୀୟ ରାଜପଥ ୩୨୬ ରେ ଅଣ ଓସାରିଆ ଗଡ଼ାଣି ରେ ବସ  ଓଲ୍ଲାଉ ଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ ଓ ବସ ରେ ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ଉଭୟ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ, ଅଳ୍ପ ସମୟ ମଧ୍ୟ ରେ ବସ ଡ୍ରାଇଭର ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଟ୍ରକ ଡ୍ରାଇଭର ଙ୍କୁ ଦୀର୍ଘ ଦୁଇ ଘଣ୍ଟା ଧରି  ଚାପି ହୋଇ ରହିଥିଲେ, ଗ୍ୟାସ କଟର ରେ ଟ୍ରକ ଟିକୁ କଟାଯାଇ ଡ୍ରାଇଭର କୁ ଉଦ୍ଧାର କରାଯାଇଥିଲା । ଆହତ ମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କୋରାପୁଟ ଏସଏଲ ଏନ ମେଡିକାଲ କଲେଜ କୁ  ସ୍ଥାନାନ୍ତର କରାଯାଇଥିବା ବେଳେ ୫ଜଣ ଗୁରୁତ୍ୱର ରହିଥିବା ଜଣାପଡିଛି ।ଦୁର୍ଘଟଣା ରେ ୫ଜଣ ମହିଳା ଜଣେ ଶିଶୁ ସମେତ ୨୪ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି।   ଆହତମାନଙ୍କ ମଧ୍ୟରେ ସୁଧୀର ଗରଡ଼ିଆ,ସୁବ୍ରତ କୁଲୁ,ମାଳି ଖୋସଲା, ଶଙ୍କର ଭଣ୍ଡାରୀ, ଗୋପାଳ ସାହୁ,ମୁନା ପଣ୍ଡା, ସୀତାରାମ ଖରା,ଅଜିତ ସାହୁ ଙ୍କ ଭଳି ଅନେକ ଯାତ୍ରୀ ଆହତ ହୋଇଥିଲେ। ଲକ୍ଷ୍ମୀପୁର ରୁ ଅନେକ ଯାତ୍ରୀ ବସ ରେ ଅଳ୍ପ ସମୟ ପୂର୍ବରୁ ହିଁ କୋରାପୁଟ ଯାଉଥିବା ବେଳେ ସେମାନେ ମଧ୍ୟ ଆହତ ହୋଇଥିଲେ।ଆହତ ମାନଙ୍କ ସ୍ଵାସ୍ଚ୍ୟ ଅବସ୍ଥା ବୁଝିବା ସହ ଗୁରୁତ୍ୱର ମାନଙ୍କୁ କିପରି କୋରାପୁଟ ପଠାଯିବ ସେଥି ସକାଶେ ସ୍ଥାନୀୟ ବିଧାୟକ ପବିତ୍ର ସାଉଁତା, ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା, ସମାଜସେବୀ ନରେନ୍ଦ୍ର ଗରଡ଼ା, ମନୋଜ ସାହୁ, ମଣ୍ଟି ଖରା ଙ୍କ ସମତେ ଅନେକ ଲୋକେ ଉପସ୍ଥିତ ରହି ସାହାଯ୍ୟ କରିଥିଲେ। ଦୁର୍ଘଟଣା ପରେ କୋରାପୁଟ ଠାରୁ ରାୟଗଡା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପ୍ରାୟ ଚାରି ଘଣ୍ଟା ବନ୍ଦ ରହିଥିଲା, ଟ୍ରକ ଡ୍ରାଇଭର କୁ କଢ଼ାଯିବ ସହ ରାସ୍ତା ଉପରୁ ଟ୍ରକ ଓ ବସ କଢ଼ାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ଜାତୀୟ ରାଜପଥ ୩୨୬ ରେ ବେପରୁଆ ଗାଡ଼ି ଚାଳନା ସହ ପ୍ରତ୍ୟକ ଦିନ ଶତାଧିକ ନୀଳଗିରି ବୋଝେଇ ଗାଡ଼ି ଜେକେ ପେପର ମିଲ କୁ ଯାଉଥିବା ବେଳେ ରାଫୋକଣା ଦେଇ ବିପରୀତ ଦିଗରୁ ଏକ ଘରୋଇ କମ୍ପାନୀ ରୁ ପାଉଁଶ (ଆସ ) ବୋଝେଇ ଗାଡ଼ି  ନୀତି ଚଳ ପ୍ରଚଳ କରୁଥିବା କାରଣରୁ ବାରମ୍ବାର ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି।