Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଙ୍କ ଗସ୍ତ ପରେ ସେବାଶ୍ରମ ବିଦ୍ୟାଳୟରେ ବ୍ଲକମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଏବିଇଓ ପହଞ୍ଚି କଲେତଦନ୍ତ

ପଟ୍ଟାଙ୍ଗି୦୨/୧୦ସେବାଶ୍ରମ ବିଦ୍ୟାଳୟ ଗୁଡିକରେ କିପରି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଚାଲିଛି ଏହି ପରି କିଛି ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ଦଳ ନେତା ତଥା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଧାୟକ ରାମଚନ୍ଦ୍ର କାଡାମ୍ ନିଜ ନିର୍ବାଚନ ମଣ୍ଡଳୀ ର ସିପାଇପୁଟ ସେବାଶ୍ରମ ବିଦ୍ୟାଳୟ ରେ ଅଚାନକ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକୁମାର କନ୍ଧପାନ ଙ୍କ ସହ ଆଲୋଚନା କରି ଫେରିବା ସମ୍ପର୍କିତ ଖବର ପ୍ରସାର ର ୨୪ ଘଣ୍ଟା ପରେ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ବିଦ୍ୟାଳୟରେ ସ୍ଥାନୀୟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ ସେଠି ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରଜନୀକାନ୍ତ ବଡନାୟକ ଉକ୍ତ ସେବାଶ୍ରମ ବିଦ୍ୟାଳୟରେ ପହଞ୍ଚି ମଧ୍ୟାହ୍ନ ଭୋଜନ ରେ ହୋଇଥିବା ଡାଲମା , ଘାଣ୍ଟ ତରକାରୀ ସହ ଭାତ ଛାତ୍ରଛାତ୍ରୀ ଙ୍କ ସହ ବସି ଖାଇଥିଲେ । ଯେଉଁଥିରେ କି ଛାତ୍ରଛାତ୍ରୀ ଦୁଇ ଅଧିକାରୀ ଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇ ନିଜକୁ ଖୁସି ପ୍ରକଟ କରିଥିଲେ । ସେପଟେ ବିଧାୟକ କାଡାମ୍ ଙ୍କ ଦୃଷ୍ଟି କୁ ଆସିଥିବା ବିଦ୍ୟାଳୟରେ ରହିଥିବା ସମସ୍ୟା ଯଥା ଛାତ୍ରଛାତ୍ରୀ ଙ୍କ ତୁଳନାରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ , ଡାଇନିଂ ହଲ୍ , ଶ୍ରେଣୀ ଗୃହ ଅନ୍ତେବାସୀ ଙ୍କ ପାଇଁ ରହିଥିବା ଆଶ୍ରମ ଗୃହ ଏବଂ ପାନୀୟଜଳ ପ୍ରମୁଖ ର ଅବ୍ୟବସ୍ଥା ସମ୍ପର୍କରେ ଦୁଇ ଅଧିକାରୀ ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରସ୍ତୁତ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟ ରେ ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ୟା କିଛି ଦିନ ମଧ୍ୟରେ ସମାଧାନ କରା ଯିବ ବୋଲି ପ୍ରଧାନ ଶିକ୍ଷକ କନ୍ଧପାନ ଙ୍କୁ ଆଶ୍ୱାସନା ଦେଇଥିଲେ । ଏହିପରି କି ବିଦ୍ୟାଳୟରେ ନିମ୍ନ ମାନର
ଖାଦ୍ୟ ଛାତ୍ରଛାତ୍ରୀ ଙ୍କୁ ପ୍ରଦାନ କରା ଯାଉଥିବା ନେଇ ଉଠିଥିବା ଅଭିଯୋଗ କୁ ଛାତ୍ରଛାତ୍ରୀ ନିଜେ ଖଣ୍ଡନ କରିଥିବା ବେଳେ ବାର ଅନୁସାରେ ଆମ ମାନଙ୍କୁ ମଧ୍ୟାହ୍ନ
ଭୋଜନରେ ବିଭିନ୍ନ ତରକାରୀ ଦିଆ ଯାଉଥିବା ଉକ୍ତ ଦୁଇ ଅଧିକାରୀ ଙ୍କୁ ଛାତ୍ରଛାତ୍ରୀ ପ୍ରକାଶ କରିବା ସହ ବିଦ୍ୟାଳୟରେ ରହିଥିବା ମୁଖ୍ୟ ସମସ୍ୟା ପାନୀୟଜଳ ର
ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ଜିଲ୍ଲା ପରିଷଦ ସଭ୍ୟା
ଟିକାଇ ଗେମେଲ୍ , ଭଗବାନ ଗଲୋରି ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭିଷଣ ଗଲୋରି ପ୍ରକାଶ
କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅପେକ୍ଷା ବିଦ୍ୟାଳୟରେ ଅଭାବ ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ କିପରି ନିଯୁକ୍ତି ପାଇବେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି ତଦନ୍ତ କରିବା କୁ ଆସିଥିବା ଉକ୍ତ ଦୁଇ ଅଧିକାରୀ ଙ୍କୁ ମତପ୍ରକାଶ କରିଲେ ।