Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଡିଗ୍ରୀ ମହାବିଦ୍ୟାଳୟ ରେ ମାନସିକ ସ୍ୱାସ୍ଥ୍ୟ କର୍ମଶାଳା ଆୟୋଜିତ।

କଳାହାଣ୍ଡି:୦୩/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ
ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ତା-୩-୧୦-୨୦୧୪ରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମଙ୍କର, ଅଧ୍ୟକତାରେ ଅନୁଷ୍ଠିତ ହୋଇଯାଇ ଅଛି I ଉକ୍ତ କାର୍ଯ୍ୟକ୍ରମରେ ଭବାନୀପାଟଣା ସ୍ଥିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଚିତ୍ରାଙ୍କନ ପ୍ରତିଯୋଗିତା, ନିବନ୍ଦ ପ୍ରତିଯୋଗିତା, ପୋଷ୍ଟର ତିଆରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହିତ ଆଲୋଚନାଚକ୍ରରେ ମଧ୍ୟ ଭାଗ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼ା. ରାକେଶ କୁମାର ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଛାତ୍ର ଛାତ୍ରୀ ମାନଙ୍କୁ ଚାପମୁକ୍ତ ହେବା ସମ୍ବନ୍ଧୀୟ ଜ୍ଞାନ କୌଶଳ ପ୍ରଦାନ କରିଥିଲେ I ଅନୁଷ୍ଠାନର ଅନ୍ୟତମ ନିର୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର ତାଙ୍କ ଉଦବୋଧନରେ କର୍ମସ୍ଥଳରେ ଚାପମୁକ୍ତ ରହିବାର ବିଭିନ୍ନ ପଦ୍ଧତି ଉପରେ ଆଲୋକପାତ କରିଥିଲେ I ଉକ୍ତ ଆଲୋଚନା ଚକ୍ରରେ ଡ଼ା. ପ୍ରବୀଣ କୁମାର ସାହୁ, ଅସିଷ୍ଟାଣ୍ଟ ପ୍ରଫେସସର, ରେଣ୍ଡୋ ମାଝି ଭେଶଜି ମହାବିଦ୍ୟାଳୟ ଭବାନୀପାଟଣା, ବି.ଏସ.ସି ନର୍ସିଙ୍ଗ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ଚାପ ଓ ଏହାର ନିରାକରଣ ଉପରେ ବିସ୍ତୃତ ଭାବେ ଜ୍ଞାନ କୌଶଳ ପ୍ରଦାନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ହିମାଂଶୁ ଶେଖର ବାରିକ, ଅସିଷ୍ଟାଣ୍ଟ ମ୍ୟାନେଜେର ଏନ.ସି.ଡ଼ି ନେସନାଲ ହେଲଥ ମିଶନ, ତାଙ୍କ ବକ୍ତବ୍ୟରେ ସରକାରଙ୍କ ତରଫରୁ ମାନସିକ ଚାପ ମୁକ୍ତ ହେବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ନିଶୁଲ୍କ ଚିକିତ୍ସା ସେବା ଉପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ I ଶ୍ରୀମତୀ ଭାରତୀ ବ୍ରହ୍ମ ଡ଼ି.ପି.ଏଚ.ଓ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ମାନସିକ ଚାପ ନିରାକରଣ ପାଇଁ ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ I ଅନୁଷ୍ଠାନର ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା ଓ ପରିଚାଳନା କମିଟି ସଦସ୍ୟା ଶ୍ରୀମତୀ ଡି.ପଦ୍ମିନୀ ଅତିଥିମାନଙ୍କୁ ଉପଢୌକନ ସ୍ମୃତି ଫଳକଦେଇ ସମ୍ମାନିତ କରିଥିଲେ I ସଭା ଶେଷରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବି.ବି.ଏ, ବି.ସି.ଏ ର ଅଧ୍ୟକ୍ଷ ଡ଼. ସୁଦୀପ୍ତ କୁମାର ଜେନା,ବି.ଏସ.ସି ବିଭାଗର ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ, ନର୍ସିଙ୍ଗ ବିଭାଗର ଅଧ୍ୟାପିକା ଶ୍ରୀମତୀ ଦିପ୍ତିମୟୀ ଲେଙ୍କା, ଅରୁପ୍ରଭା ରାଉତ, ପ୍ରଗତିକା ବାଗ, ବେଦମତୀ ଯାନୀ, ଅନୁଷ୍ଠାନର ଜନ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଅମୀୟ ରଞ୍ଜନ ମହାନ୍ତି, ଆଇ.ଟି ବିଭାଗର ଶ୍ରୀ ସ୍ମରଣ ପାତ୍ର ଓ ସିଦ୍ଧାର୍ଥ କୁମାର ଦାଶ ଏବଂ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଏହାକୁ ସୁପରିଚାଳନା କରିଥିଲେ I