Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବାସ ନାୟକ ପାଇବେ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସଂରକ୍ଷକ ସମ୍ମାନ

ସମ୍ବଲପୁର:ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଚଳିତ ବର୍ଷର ବିଜୁ ପଟ୍ଟନାୟ ସ୍ମୁତି ବନ୍ୟ ପ୍ରାଣୀ ସଂରକ୍ଷକ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଥିବା ଜଣ ଯାଇଛି। ପ୍ରକାଶ ଥାଉ କି, ଏହା ପୂର୍ବରୁ ସେ କୁଚି ନ୍ଦା ଉପଖଣ୍ଡ ର ତିନୋଟି ବ୍ଲକ ପାଇଁ ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପାଇ ସାରିଥିବା ବେଳେ ତାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିବା କୁଟୁରା ଛୁଆଁ କଲେଜ କୁ ବାଣୀ କାରଣ ପାଇଁ ଉପଖଣ୍ଡ ର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବରେ ଦୁଇଥର ପୁରସ୍କୃତ ହୋଇଥିଲେ। ।ଏବେ ପୁଣି ବନ୍ୟ ପ୍ରାଣୀ ସୁରକ୍ଷା ର ସଚେତନତା ପାଇଁ ଉପଖଣ୍ଡର ଏକ ମାତ୍ର ଶ୍ରୀ ନାୟକ ଙ୍କୁ ଚଳିତ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ରେ ପି ସି ସି ଏଫ୍ ଙ୍କ ପକ୍ଷରୁ ଗତ ୨୭/୯ ତାରିଖ ଦିନ ଚିଠି ନମ୍ବର ୧୧୬୦୭ ଅନୁଯାୟୀ ପୁରସ୍କୃତ କରିବାକୁ ଘୋଷଣା କରିଥିବାରୁ ଶ୍ରୀ ନାୟକ କର୍ତ୍ତୃପକ୍ଷ ଓ ତାଙ୍କୁ ସହଯୋଗ କରି ଆସୁଥିବା ସମସ୍ତଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି ।