Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଭିତିକ ନିଯୁକ୍ତି ଦାବିରେ ଲକ୍ଷ୍ମୀପୁର ଠପ..ଯାତ୍ରୀ ହନ୍ତସନ୍ତ

ଲକ୍ଷ୍ମୀପୁର ୦୪/୧୦ ..ଜିଲା ଭିତ୍ତିକ ନିଯୁକ୍ତି ଦାବୀ କରି ଅବିଭକ୍ତ କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ବୁଧବାର ବନ୍ଦ ଡାକରା ଦିଆ ଯାଇଥିଲା। ସକାଳୁ ସକାଳୁ ଦଳ ଗତ ନିର୍ବିଶେଷରେ ଏକ ତ୍ରିତ ହୋଇ ୧୨ଘଣ୍ଟିଆ ବନ୍ଦ ଡାକରା ରେ ସାମିଲ ହୋଇ ଲକ୍ଷ୍ମୀପୁର ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।ରାୟଗଡା ଓ କୋରାପୁଟ କୁ ସଂଯୋଗ କରୁଥିବା  ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବା କାରଣରୁ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ।କୋରାପୁଟ ଓ ରାୟଗଡା ଉଭୟ ପାର୍ଶ୍ଵ ର ରାସ୍ତା ରେ ଗାଡି  ଗୁଡିକ ଅଟକ ରଖାଯାଇଥିଲା ।କେବଳ ମେଡିକାଲ ଆମ୍ବୁଲେନ୍ସ ଓ ପୋଲିସ ଗାଡି କୁ ଛାଡି କୈଣସି ଗାଡି ଚଳା ଚଳ ଜରିନଥିଲା ।ଏହି ବନ୍ଦ ଡ଼ାକରାରେ ଲକ୍ଷ୍ମୀପୁର ଅଞ୍ଚଳର  ଶତାଧିକ ଲୋକ ଉପସ୍ଥିତ ରହିଥିଲେ ।ପରିସ୍ଥିତି ଉପରେ ନଜର ରଖିବା ସହ ଅପ୍ରିତିକର ସ୍ତିତିକୁ ଏଡେଇବା ସକାଶେ ଲକ୍ଷ୍ମୀପୁର ପୋଲିକୁ ଛକ ଛକ ରେ ମୃତୟନ ହୋଇଥିଲେ।ଲକ୍ଷ୍ମୀପୁର ବଜାର ବନ୍ଦ ଥିବାରୁ ଗ୍ରୀନ ଇଣ୍ଡିଆ ଗୃପ ତରଫରୁ ଯାତ୍ରୀ ଙ୍କୁ ପାଣି ବୋତଲ ସହ ବିସ୍କୁଟ ବଣ୍ଟନ କରାଯାଇଥିବା ବେଳେ ଆନ୍ଦୋଳନ କାରୀଙ୍କ ତରଫରୁ ରନ୍ଧା ଖାଦ୍ୟ ଦିଆ ଯାଇଥିଲା।ଏଥି ସହ କିଛି ପରୀକ୍ଷାର୍ଥୀ ପାରଳାଖେମୁଣ୍ଡି ସରକାରୀ ବସରେ ଯାଉଥିବା ବେଳେ କିଛି ସମୟ ଧରି ଅସୁବିଧାରେ ପଡ଼ିଥିଲେ।ଏହି ବନ୍ଦ ପାଳନକୁ ଲକ୍ଷ୍ମୀପୁର ବଣିକ ସଙ୍ଘ ସମେତ କିଛି ଅବସର ପ୍ରାପ୍ତ କର୍ମଚାରୀ ସମର୍ଥନ ଦେଇଥିବା ବେଳେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା,ପୂର୍ବତନ ସାଂସଦ ଝିନ୍ନ ହିକକା,ସାଂସଦ ପ୍ରତିନିଧି କୈଳାସ ଖୋସଲା,ଯୁବ ନେତା ମଣ୍ଟି ଖରା,ତୟାପୁଟ ସମିତି ସଭ୍ୟ ବିଷ୍ଣୁ ଖରା,ଲକ୍ଷ୍ମୀପୁର ପୂର୍ବତନ ସମିତି ସଭ୍ୟ ରାଧେଶ୍ୟାମ ଜାନି, ଭୁରିମାଲ ଖରା ପ୍ରମୁଖ ଯୋଗ ଦେଇ ଥିଲେ।ବନ୍ଦ ଯୋଗୁଁ ବ୍ଲକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା। ବନ୍ଦ ପାଳନକୁ ଆଖି ଆଗରେ ରଖି କୌଣସି ଅପ୍ରତିକର ଘଟଣା ନଘଟିବା ପାଇଁ ଆଇଆଇସି ସୁଜ୍ଞାନୀ ସାହୁ,ସବ ଇନିସ୍ପେକ୍ଟର ମାନସ ପ୍ରଧାନ,ଶାନ୍ତି ଲତା ବେହେରା,ଏଏସଆଇ ରମେଶ କିଣ୍ଟାଲି ଙ୍କ ସହ ପୋଲିସ କର୍ମୀଉପସ୍ଥିତ ଥିଲେ।ସେହି ପରି ଜିଲ୍ଲା ଭିତିକ ନିଯୁକ୍ତି ଦାବି କୁ ନେଇ କାକିରିଗୁମା ଠାରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଥିଲା।ଏନେଇ ସେଠକାର କିଛି ଯୁବକ, ସରପଞ୍ଚ,ସମିତି ସଭ୍ୟ ମିସି ଜାତୀୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଥିବା ବେଳେ କାକିରିଗୁମା ଥାନା ଅଧିକାରୀ ଡମ୍ବରୁଧର ବାତ୍ରିଆ ଙ୍କ ସମେତ ଅନେକ ପୋଲିସ କର୍ମୀ ଘଟଣା ଉପରେ ନଜର ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ