Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷି ବିଭାଗ ପକ୍ଷରୁ କୃଷକ ପରାମର୍ଶ କର୍ମଶାଳା ଅନୁଷ୍ଠିତ।

କଳାହାଣ୍ଡି:୦୫/୧୦
କୋକସରା ବ୍ଲକ କୃଷି ବିଭାଗ ପକ୍ଷରୁ ଗୁରୁବାର କୃଷି କାର୍ଯ୍ୟାଳୟ ପରିସରରେ ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କ ସଭାପତିତ୍ୱ ରେ ଏକ କୃଷକ ପରାମର୍ଶ ଶିବିର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଆତ୍ମା କମିଟି ର ଅଧ୍ୟକ୍ଷ ୠତୁରାଜ ମାଝୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ସୌରଭ କୁମାର ପାଣିଗ୍ରାହୀ,ସହକାରୀ ଯନ୍ତ୍ରୀ କୃଷି ବିଭାଗ ରଶ୍ମି ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ରହି ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଅଂଶଗ୍ରହଣ କରିଥିବା ସଚେତନ ଚାଷି ଙ୍କୁ କୃଷି ଓ ଉଦ୍ୟାନ କୃଷି ବିଭାଗ ରେ ଚାଷି ଙ୍କ ପାଇଁ ରହିଥିବା ଅନେକ ସରକାରୀ ଯୋଜନା ଓ ଚାଷି ଙ୍କୁ କେମିତି ଯୋଜନା ଆବେଦନ କରିବେ ଓ କେଉଁ ପ୍ରଣାଳୀ ରେ ଚାଷ କଲେ ଚାଷି ଲାଭବାନ ହେବେ ଓ ସରକାରୀ ସ୍ତରରେ ରହିଥିବା ଅନୁକମ୍ପା ସହାୟତା ପାଇ ପାରିବେ ସେ ବିଷୟରେ ପ୍ରାଞ୍ଜଳ ଭାବେ ମାର୍ଗ ଦର୍ଶନ କରିଥିଲେ। ଏହି କୃଷି କର୍ମଶାଳା ରେ ବ୍ଲକ ର ଅଗ୍ରଣୀ ମହିଳା, ପୁରୁଷ ଚାଷି ମାନେ ଉପସ୍ଥିତ ରହି କୃଷି ଅଧିକାରୀ ଙ୍କ ଠାରୁ କୃଷି ଭିତ୍ତିକ ପରାମର୍ଶ ନେଇଥିଲେ। ଏହି କର୍ମଶାଳା କୁ ବ୍ଲକ କୃଷି ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ